ପୁରୀ ଫେରୁଥିବା ପ୍ରବାସୀଙ୍କ ପାଇଁ କ’ଣ ରହିଛି କ୍ୱାରେଣ୍ଟାଇନ ନିୟମ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 26, 2020

ପୁରୀ ଫେରୁଥିବା ପ୍ରବାସୀଙ୍କ ପାଇଁ କ’ଣ ରହିଛି କ୍ୱାରେଣ୍ଟାଇନ ନିୟମ, ଜାଣନ୍ତୁ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଫେରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ୭ ଦିନିଆ ସରକାରୀ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଏହା ଗ୍ରାମାଞ୍ଚଳ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ । ସାତ ଦିନିଆ ସରକାରୀ କ୍ୱାରେଣ୍ଟିନରେ ରହିବା ପରେ ଯଦି ଲକ୍ଷଣ ଦେଖା ନ ଦିଏ ତେବେ ସେମାନେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଆଉ ୧୪ଦିନ ରହିପାରିବେ । ଘରେ ସୁବିଧା ନଥିବା ବ୍ୟକ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁମତି ନେଇ ସେହି ୧୪ ଦିନ ମଧ୍ୟ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିପାରିବେ।

ସେହିଭଳି ସହରାଞ୍ଚଳକୁ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନେ ଘରେ ସୁବିଧା ଥିଲେ ୨୧ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିପାରିବେ । ନଚେତ ପେଡ୍ କ୍ୱାରେଣ୍ଟାଇନ୍‌ କିମ୍ବା ସରକାରୀ କ୍ୱାରେଣ୍ଟାଇନ୍‌ରେ ୧୪ ଦିନ ରହିପାରିବେ । ଏହା ସହ ପରବର୍ତ୍ତୀ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବେ । ସମସ୍ତ ପ୍ରବାସୀ ଫେରନ୍ତା ଆରୋଗ୍ୟ ଆପ୍ ବ୍ୟବହାର କରିବା ବାଧ୍ୟତା ମୂଳକ ରହିଛି ।



from Odisha Reporter https://ift.tt/2B36Y3r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages