ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ଆର୍ଥିକ ବଜେଟ ଘୋଷଣା କରିବା ବେଳେ ଦେଶକୁ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଲୋକାଲକୁ ଭୋକାଲରେ ପରିଣତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। କରୋନା ଭାଇରସ ପଛରେ ଚୀନର ଷଡ଼ଯନ୍ତ୍ର ରହିଥିବା କୁହାଯାଉଛି। ତେଣୁ ଚୀନ୍ ଜିନିଷକୁ ବୟକଟ କରିବାକୁ ଏବେ ସୋଶାଲ ମିଡିଆରେ ମଧ୍ୟ ଆରମ୍ଭ ହୋଇଛି ପ୍ରଚାର।
ଏବେ ଟିକଟକକୁ କାଉଣ୍ଟର କରିବା ପାଇଁ ଭାରତର ଜଣେ ଆଇଆଇଟି ରୁରକିର ଇଞ୍ଜିନିୟର ‘ମିତ୍ରୋଁ‘ ଆପ୍ସ ତିଆରି କରିଛନ୍ତି। ଏହା ଟିକଟକ୍ ଭଳି ଏକ ଆପ୍ସ। ଏବେ ଏହାର ୟୁଜର ୫୦ ଲକ୍ଷ ରହିଛନ୍ତି। ସ୍ୱଦେଶୀ ଥିବାରୁ ପ୍ରତିଦିନ ୧୦ ଲକ୍ଷରୁ ଅଧିକ ଲୋକ ଏହି ଆପ୍ସକୁ ଡାଉନଲୋଡ୍ କରୁଥିବା ସୂଚନା ରହିଛି। ଏବେ ଏହା କେବଳ ଆଣ୍ଡ୍ରୋଏଡରେ ଉପଲବ୍ଧ ରହିଛି। ତେବେ ମୋଦିଙ୍କ ଲୋକାଲ ଭୋକାଲ ନାରା ପୂର୍ବରୁ ଏହି ଆପ୍ସ ତିଆରି ହୋଇଛି।
IIT Roorkee student has quietly released a Tiktok clone called “Mitron TV” a month back and it has not only achieved 5mn installs, it is now no.2 android app in India thus raking in half a million installs per day. Name of the app is the growth hack here IMO pic.twitter.com/z24YtNOwJr
— deepakabbot (@deepakabbot) May 25, 2020
ଆଇଆଇଟି ରୁରକିର ଛାତ୍ର ଶିବାଙ୍କ ଅଗ୍ରାଓ୍ୱାଲ ଏହି ଆପ୍ସ ତିଆରି କରିଥିବା ସୂଚନା ରହିଛି। ଗୁଗୁଲ ପ୍ଲେ ଷ୍ଟୋରରେ ଏହି ଆପ୍ସ ଉପଲବ୍ଧ ରହିଛି। ଶ୍ରେଷ୍ଠ ୧୦ଟି ଫ୍ରି ଆପ୍ସ ଲିଷ୍ଟରେ ମଧ୍ୟ ଏହା ସ୍ଥାନିତ ହୋଇ ସାରିଛି। ୧୧, ଏପ୍ରିଲ, ୨୦୨୦ରେ ଏହି ଆପ୍ସ ରିଲିଜ୍ ହୋଇଛି। ୨୪ ମେ’ରେ ଅନ୍ତିମ ଥର ପାଇଁ ଏହି ଆପ୍ସ ଅପଡେଟ୍ ହୋଇଛି।
ଏହି ଆପ୍ସ ଏବେ ପ୍ରାଥମିକ ଅବସ୍ଥାରେ ଅଛି। ଆଗାମୀ ଦିନରେ ଟିକଟକ ଭଳି ଫିଚର ରହିବ ବୋଲି ପେଟିଏମର ପୂର୍ବତନ ସଭାପତି ଦୀପକ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଏହି ଆପ୍ସର ନାମକରଣ ପାଇଁ ଅଧିକ ଲୋକପ୍ରିୟ ଅଳ୍ପଦିନରେ ହୋଇଛି ବୋଲି ଜଣାପଡ଼ିଛି।
‘ମିତ୍ରୋଁ’ ଆପ୍ସ ଡାଉନଲୋଡ୍ କରିବା ପାଇଁ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
from Odisha Reporter https://ift.tt/2M2Ld6k
No comments:
Post a Comment