କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ‘ଅମ୍ଫାନ’ ସୁନ୍ଦରବନ ଆଡ଼କୁ ଗତି କରୁଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ଓ ପବନ ଜାରି ରହିଛି। ବାଲେଶ୍ୱର, ଭଦ୍ରକ ପରି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ପବନ ଓ ବର୍ଷା ଲାଗି ରହିଛି। ଏଠାରେ ପବନର ମାତ୍ରା ଧୀରେ ଧୀରେ ବଢ଼ି ଘଣ୍ଟା ପ୍ରତି ୯୦ରୁ ୧୨୦ କିମି ପର୍ଯ୍ୟନ୍ତ ହୋଇଯାଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଅନେକ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଛି। ଏଣୁ ୮ ଘଣ୍ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।
ଜିଲ୍ଲାପାଳ କହିଛନ୍ତି, ପବନ ବଢୁଥିବାରୁ ଏବେ ବାହାରନ୍ତୁନି। ଘରେ ରହନ୍ତୁ ଓ ସୁରକ୍ଷିତ ରହନ୍ତୁ। ପବନର ମାତ୍ରା କମିଗଲେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ପୁନରୁଦ୍ଧାର କାର୍ଯ୍ୟ ପାଇଁ ସେସୁ, ଓଡ୍ରାଫ୍ ଏବଂ NDRF ଟିମ୍ ପ୍ରସ୍ତୁତ ଅଛନ୍ତି।
ସୂଚନାଯୋଗ୍ୟ, ‘ଅମ୍ଫାନ’ ଏବେ ପାରାଦୀପ ଠାରୁ ୧୨୫ କିମି ଦୂରରେ ରହିଛି। ଏହା ଆଜି ଅପରାହ୍ନରୁ ସନ୍ଧ୍ୟା ସୁଦ୍ଧା ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ।
from Odisha Reporter https://ift.tt/3cMpOtz
No comments:
Post a Comment