ପାରାଦୀପରେ ହୋଇଛି ସର୍ବାଧିକ ବର୍ଷା, ଉଦୟପୁରରେ ମାଡ଼ି ଆସିଲା ଉଚ୍ଚ ଜୁଆର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 19, 2020

ପାରାଦୀପରେ ହୋଇଛି ସର୍ବାଧିକ ବର୍ଷା, ଉଦୟପୁରରେ ମାଡ଼ି ଆସିଲା ଉଚ୍ଚ ଜୁଆର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ଆଜି ସୁନ୍ଦରବନରେ ‘ଅମ୍ଫାନ୍’ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଓଡ଼ିଶାରେ ଗତକାଲି ଠାରୁ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହିତ ପବନ ମଧ୍ୟ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ପାରାଦୀପରେ ସର୍ବାଧିକ ୧୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱରରେ ୪୦ ମିମି ବର୍ଷା ରେକର୍ଡ ହୋଇଛି।

ଅମ୍ଫାନ ଏବେ ପାରାଦୀପ ଠାରୁ ୧୮୦ କିଲୋମିଟର ଦୂରରେ ଥିବା ବେଳେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବାଲେଶ୍ୱରରେ ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ହେଉଛି। ଉଦୟପୁର ପାଖ ସମୁଦ୍ରରେ ଉଚ୍ଚ ଜୁଆର ଆସୁଥିବାରୁ ଲୋକେ ଡରି ଯାଇଛନ୍ତି। ସମୁଦ୍ର କୂଳରେ ଥିବା ନିଜ ଡଙ୍ଗାକୁ ସୁରକ୍ଷିତ ସ୍ଥାନକୁ ନେଇଯାଇଛନ୍ତି ମତ୍ସ୍ୟଜୀବୀ। ଭୋଗରାଇ ଅଞ୍ଚଳରେ ବି ରାତି ୩ଟା ପରଠୁ ବର୍ଷା ଓ ପବନ ବଢୁଛି।

ଭଦ୍ରକ ଜିଲ୍ଲାରେ ମଧ୍ୟ ବର୍ଷା ଓ ପବନ ହେଉଛି। ଧାମରାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେଉଛି। ପବନ ଯୋଗୁଁ ବଡ଼ ବଡ଼ ନଡ଼ିଆ ଗଛ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ପବନ ଯୋଗୁଁ ଛିଡ଼ା ହୋଇଥିବା ଏକ ଭ୍ୟାନ୍‌ ଗଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏଣୁ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ୍ ଟିମ୍ ପ୍ରସ୍ତୁତ ରହିଛି।

ଅମ୍ଫାନ ପ୍ରଭାବରେ ଭୁବନେଶ୍ୱରରେ ରାତି ତମାମ ପବନ ଓ ଝିପିଝିପି ବର୍ଷା ଲାଗି ରହିଥିଲା। ସକାଳୁ ବି ଏହା ଜାରି ରହିଛି।

କେନ୍ଦ୍ରାପଡ଼ାରେ ପବନ ବଢ଼ୁଛି। ଏଠାରେ ଘଣ୍ଟାକୁ ୯୦ରୁ ୧୨୦ କିମି ବେଗରେ ପବନ ବହୁଛି। ତେଣୁ ଘରୁ ନ ବାହାରିବାକୁ ଜିଲ୍ଲାପାଳ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।



from Odisha Reporter https://ift.tt/2X7rJ5u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages