କରୋନା ଯୋଦ୍ଧାଙ୍କ ଉପରେ ପୁଷ୍ପ ବୃଷ୍ଟି କରି ସମ୍ମାନ ଜଣାଇଲା ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

କରୋନା ଯୋଦ୍ଧାଙ୍କ ଉପରେ ପୁଷ୍ପ ବୃଷ୍ଟି କରି ସମ୍ମାନ ଜଣାଇଲା ସେନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ କରୋନା ଯୋଦ୍ଧାଙ୍କୁ ଆଜି ଜଣାଯାଇଛି ସମ୍ମାନ। କରୋନାର ଫ୍ରଣ୍ଟ ଲାଇନ୍ ଯୋଦ୍ଧା ପୁଲିସ୍ ଅଧିକାରୀ, ଟ୍ରାଫିକ୍ ପୋଷ୍ଟ, କୋଭିଡ୍ ହସ୍ପିଟାଲ୍ ସମେତ ଅନ୍ୟ କରୋନା ଯୋଦ୍ଧାଙ୍କ କର୍ମକ୍ଷେତ୍ରରେ ପୁଷ୍ପ ବୃଷ୍ଟି କରାଯାଇଛି।

ବାୟୁସେନା ହେଲିକପ୍ଟର ଭୁବନେଶ୍ୱରରେ ମଧ୍ୟ ପୁଷ୍ପ ବର୍ଷା କରିଛି। ଆଜି ଦିନ ୧୦ଟାରୁ ସାଢେ ୧୦ଟା ମଧ୍ୟରେ ବାୟୁସେନା ହେଲିକପ୍ଟର ଭୁବନେଶ୍ୱର ସ୍ଥିତ କିମ୍ସ କୋଭିଡ୍ ହସପିଟାଲ ଉପରେ ପୁଷ୍ପ ବୃଷ୍ଟି କରିଥିଲେ। ଏହି ସମୟରେ ହସପିଟାଲର ଡାକ୍ତରଙ୍କ ସହ ଅନ୍ୟ କର୍ମଚାରୀ ମଧ୍ୟ ସମ୍ମାନ ଗ୍ରହଣ କରିବାକୁ ବାହାରକୁ ଆସିଥିଲେ।

ବାୟୁ ସେନାର ଲଢ଼ୁଆ ବିମାନ ଆପାଚେ, ସୁଖୋଇ ଓ ଅନ୍ୟ ହେଲିକପ୍ଟରରେ ପୁଷ୍ପ ବର୍ଷା କରାଯାଇଛି। ଦିଲ୍ଲୀ ରାଇସେନା ହିଲ୍, ବିଜୟ ଚୌକରେ ଦାୟିତ୍ୱରେ ଥିବା ଟ୍ରାଫିକ୍ ଅଫିସର୍, ମୁମ୍ବାଇ କୋଭିଡ୍ ହସ୍ପିଟାଲ୍, ଲେହ ମେଡିକାଲ୍, କୋଲକାତାର କୋଭିଡ୍ ହସ୍ପିଟାଲ୍ ସମେତ ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରମୁଖ କୋଭିଡ୍ ହସ୍ପିଟାଲ୍ ଉପରେ ବାୟୁ ସେନା ପକ୍ଷରୁ ପୁଷ୍ପ ବର୍ଷା କରାଯାଇଛି। ସେନାର ଏହି ସମ୍ମାନକୁ ଗ୍ରହଣ କରିବାକୁ ଡାକ୍ତର ଓ ମେଡିକାଲ୍ କର୍ମଚାରୀ ବାହାରକୁ ଆସିଥିଲେ।

ଆଜି ସକାଳୁ ପ୍ରଥମେ ରାଷ୍ଟ୍ରୀୟ ପୋଲିସ୍ ସ୍ମାରକୀରେ ତିନି ସେନା ମୁଖ୍ୟ ପହଞ୍ଚି ପୋଲିସକୁ ସମ୍ମାନ ଜଣାଇବା ସହ କରୋନା ମୁକାବିଲା କ୍ଷେତ୍ରରେ ତାଙ୍କ ଅବଦାନକୁ ପ୍ରଂଶସା କରିଛନ୍ତି। ସେହିଭଳି ଆଜି ସଂଧ୍ୟାରେ ଇଣ୍ଡିଆନ୍ କୋଷ୍ଟଗାର୍ଡର ଜାହାଜଗୁଡିକ ଦେଶର ୨୪ଟି ସ୍ଥାନରେ ରହି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ।



from Odisha Reporter https://ift.tt/2WkkOpc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages