କେରଳରୁ ସ୍ୱତନ୍ତ୍ର ଟ୍ରେନ୍‌ରେ ଆସିଲେ ପ୍ରବାସୀ ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

କେରଳରୁ ସ୍ୱତନ୍ତ୍ର ଟ୍ରେନ୍‌ରେ ଆସିଲେ ପ୍ରବାସୀ ଓଡ଼ିଆ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଲକ୍‌ଡାଉନ୍‌ ଯୋଗୁ କେରଳରେ ଫସିରହିଥିବା ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଞ୍ଚିଛନ୍ତି। କେରଳରୁ ବାହାରିଥିବା ପ୍ରଥମ ଟ୍ରେନ୍ ଆଜି ଭୋର ପ୍ରାୟ ୫ଟା ବେଳେ ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଥିଲା।

ଏହି ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍ ଟ୍ରେନ୍ କେରଳର ଆଲୁଭା ଷ୍ଟେସନ୍‌ରୁ ଗତକାଲି ବାହାରିଥିଲା, ଯେଉଁଥିରେ ଦକ୍ଷିଣ ଓଡ଼ିଶାର ୫୧୧ ଜଣ ପ୍ରବାସୀ ଓଡ଼ିଆ ଆସିଥିଲେ। କନ୍ଧମାଳ ଜିଲ୍ଲାର ସର୍ବାଧିକ ୩୫୩ ଓଡ଼ିଆ ଏହି ଟ୍ରେନ୍‌ରେ ଆସିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରୁ ୧୩୧, ରାୟଗଡ଼ାର ୧୭, ବୌଦ୍ଧର ୬, ନବରଙ୍ଗପୁରର ୩ ଏବଂ କୋରାପୁଟର ଜଣେ ବ୍ୟକ୍ତି ଫେରିଛନ୍ତି।

ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବା ପରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ଏହା ସହିତ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସମସ୍ତଙ୍କୁ ସେମାନଙ୍କ ନିଜ ନିଜ ଜିଲ୍ଲାରେ ହୋଇଥିବା କ୍ୱାରେଣ୍ଟାଇନ୍‌‌ ସେଣ୍ଟର଼ରେ ରଖାଯିବ।



from Odisha Reporter https://ift.tt/2SvU9Vb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages