ଯାଜପୁର଼(ଗୁଲାମ ଗସ୍): ନିଜ ହକ୍ରୁ ବଞ୍ଚିତ ଜଣେ ମହିଳା ଗୁହାରି ଜଣାଇବାକୁ ଆସି ବିଡିଓଙ୍କ ଗୋଡ଼ ତଳେ ପଡ଼ିବାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ।
ସୂଚନା ଅନୁଯାୟୀ, ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଜଣେ ମହିଳା ଚାଉଳ ଆଣିବାକୁ ଗତ ସୋମବାର ଦିନ ଡିଲରଙ୍କ ପାଖକୁ ଯାଇଥିଲେ। ହେଲେ ଡିଲର ତାଙ୍କ କୋଟାରୁ ୫ କେଜି ଚାଉଳ କମ୍ ଦେଇଥିଲେ। ମହିଳାଜଣକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଡିଲର ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସେ ମଙ୍ଗଳବାର ବରୀ ବିଡିଓଙ୍କ ନିକଟକୁ ଗୁହାରି ଜଣାଇବାକୁ ଆସିଥିଲେ। ଆଉ ତାଙ୍କୁ ନ୍ୟାୟ ଦେବା ପାଇଁ ଶତାଧିକ ଲୋକଙ୍କ ସାମ୍ନାରେ ସେ ବିଡିଓଙ୍କ ଗୋଡ଼ ତଳେ ପଡ଼ିଯାଇଥିଲେ ।
from Odisha Reporter https://ift.tt/2zGu4ft
No comments:
Post a Comment