ଚେନ୍ନାଇରୁ ବାହାରି ଆନ୍ଧ୍ରରେ ଫସିଲେ ପ୍ରବାସୀ ଓଡ଼ିଆ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 13, 2020

ଚେନ୍ନାଇରୁ ବାହାରି ଆନ୍ଧ୍ରରେ ଫସିଲେ ପ୍ରବାସୀ ଓଡ଼ିଆ ଶ୍ରମିକ

ଆନନ୍ଦପୁର(ମୁନା ସିଂ): “୨୦ ଦିନରୁ ଊର୍ଦ୍ଧ୍ୱ ସମୟ ହେବ ଆମକୁ କୌଣସି ଜଙ୍ଗଲକୁ ଆଣି କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି। ଘରର ଚାରି ପଟେ ତାଲା ପକାଇ ଦେଇଛନ୍ତି। ସ୍ୱାବ ପରୀକ୍ଷା କରିଥିବା ବେଳେ ରିପୋର୍ଟ କ’ଣ ଆସିଛି ଜଣାଉ ନାହାନ୍ତି। ଘରକୁ ଫେରିବୁ ବୋଲି କହିଲେ କେହି ଶୁଣୁ ନାହାନ୍ତି। ଖାଇବାକୁ ପେଟ ପୂରା ମିଳୁ ନ ଥିବା ବେଳେ ଗୋଟିଏ ଛୋଟିଆ ରୁମ୍‌ରେ ମହିଳା, ଶିଶୁଙ୍କ ସମେତ ୨୧ ଜଣ ରହିଛୁ। ତେଣୁ ଓଡ଼ିଶା ସରକାର ତୁରନ୍ତ ଆମକୁ ଏଠାରୁ ଉଦ୍ଧାର କରନ୍ତୁ।”  ଏପରି ଆକୁଳ ନିବେଦନ କରିଛନ୍ତି  ଚେନ୍ନାଇରୁ ସାଇକେଲରେ ଓଡ଼ିଶା ଅଭିମୁଖେ ବାହାରି ଆନ୍ଧ୍ରରେ ଫସି ଯାଇଥିବା ୨୧ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ।

ଏହି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଗତ  ଏପ୍ରିଲ ୧୭ ତାରିଖରେ  ଚେନ୍ନାଇରୁ ୨୧ ଜଣ ସାଇକେଲରେ ଓଡ଼ିଶା ବାହାରିଥିଲେ । ହେଲେ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଏପ୍ରିଲ ୨୩ରେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ବର୍ତ୍ତମାନ ଅବଧି ପୁରି ଯାଇଥିବା ବେଳେ ସେମାନେ ଘରକୁ ଫେରିବାକୁ ଚାହୁଁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ସାହାଯ୍ୟ କରୁ ନ ଥିବା ଅଭିଯୋଗ କରିଛନ୍ତି।

ଆନ୍ଧ୍ର ସରକାରଙ୍କୁ ଗୁହାରି କରି ବସ୍‌ ଗୋଟିଏ ଯୋଗାଡ଼ କରିଦେଲେ ନିଜ ଖର୍ଚ୍ଚରେ ଓଡ଼ିଶା ପଳାଇବୁ ବୋଲି କହିଲେ ମଧ୍ୟ ସେ ଶୁଣୁ ନାହାନ୍ତି। ଓଡ଼ିଶା ସରକାର ବସ୍‌ ପଠାଇଲେ ଯିବ ବୋଲି କହୁଥିବା ବେଳେ  ଓଡ଼ିଶା ସରକାର କର୍ଣ୍ଣପାତ କରୁ ନାହାନ୍ତି। ୨୦ ଦିନରୁ ଊର୍ଦ୍ଧ୍ୱ ସମୟ ଏଠାରେ ଆମେ ରହି ସାରିଥିବା ବେଳେ ଆଉ କେତେଦିନ ରହିବୁ। ଛୋଟ ଛୁଆଙ୍କ ଦେହ ଖରାପ ହେଲେ ମେଡିସିନ ବି ମିଳି ପାରୁନି। ତେଣୁ ତୁରନ୍ତ ଫେରାଇ ନେବାକୁ ବ୍ୟବସ୍ଥା କରିବାକୁ ଏହି ଶ୍ରମିକମାନେ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି।



from Odisha Reporter https://ift.tt/3bsUzCj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages