୨ କାଜୁ ଜଙ୍ଗଲ ଜଗୁଆଳିଙ୍କ ଉପରକୁ ବୋମା ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

୨ କାଜୁ ଜଙ୍ଗଲ ଜଗୁଆଳିଙ୍କ ଉପରକୁ ବୋମା ମାଡ଼

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଉପକଣ୍ଠ ଅର୍ଜୁନପୁର ଗାଁ କାଜୁ ଜଙ୍ଗଲରେ ଗତକାଲି କେତେକ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଜଣାଯାଇଛି। ଏଥିରେ  ୨  କାଜୁ ଜଗୁଆଳି ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ୨ ଜଗୁଆଳି ଏକ କ୍ୟାମ୍ପ କରି ଅର୍ଜୁନପୁର ଗାଁ କାଜୁ ଜଙ୍ଗଲ ଜଗିଥାନ୍ତି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ପାଟି ଶୁଣି ଉକ୍ତ ୨ ଜଗୁଆଳି କ୍ୟାମ୍ପ ବାହାରକୁ ଆସିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ବୋମାମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସଙ୍ଗେସଙ୍ଗେ ଜିଲ୍ଲା ମେଡିକାଲ ନିଆଯାଇଥିବା ବେଳେ ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଖବର ପାଇ ଟାଉନ୍ ଥାନା ପୁଲିସ୍‌ ପହଞ୍ଚି ତନାଘନା ଓ ପଚରାଉଚରା ଆରମ୍ଭ କରିଛି। ହେଲେ କେତେଜଣ ଆସି ବୋମାମାଡ଼ କରିଥିଲେ ଓ ଏହା ପଛର କାରଣ କ’ଣ ତାହା ଏବେ ବି ଅସ୍ପଷ୍ଟ ରହିଛି।



from Odisha Reporter https://ift.tt/2ZcHECf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages