ବିନା ଦର୍ଶକରେ ହେବ କି ଆଇପିଏଲ, ଷ୍ଟାଡିୟମ ଖୋଲିବା ନିଷ୍ପତ୍ତି ପରେ ବଢ଼ିଲା ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

ବିନା ଦର୍ଶକରେ ହେବ କି ଆଇପିଏଲ, ଷ୍ଟାଡିୟମ ଖୋଲିବା ନିଷ୍ପତ୍ତି ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: କରୋନା ମହାରମାରୀ ପାଇଁ ଲକଡାଉନ ୪.୦ ଲାଗୁ ହେବା ସହ କ୍ରୀଡ଼ା ପ୍ରେମୀଙ୍କ ମନରେ ଏକ ନୂଆ ଆଶା ସଞ୍ଚାର ହୋଇଛି। କରୋନା ପାଇଁ କ୍ରୀଡ଼ାଜଗତ ଠପ ହୋଇଯାଇଛି। ହେଲେ ଏବେ ବିଭନ୍ନ କ୍ରୀଡ଼ା ଇଭେଣ୍ଟ ହେବା ନେଇ ଆଶା ସୃଷ୍ଟି ହୋଇଛି।

କାରଣ କେନ୍ଦ୍ର ସରକାର ଲକଡାଉନ ୪.୦ ଜାରି କରିଥିବା ଗାଇଡଲାଇନରେ ଦୀର୍ଘ ଦିନ ହେଲା ବନ୍ଦ ଥିବା ବିଭିନ୍ନ ଷ୍ଟାଡିୟମକୁ ଖୋଲିବା ନେଇ ଅନୁମତି ଦେଇଛନ୍ତି। ସେହିପରି ସ୍ପୋର୍ଟସ କମ୍ଲେକ୍ସ ମଧ୍ୟ ଖୋଲିପାରିବ। ଏହି ନିଷ୍ପତ୍ତି ପରେ ଆଇପିଏଲର ୧୩ତମ ସଂସ୍କରଣ ଅନୁଷ୍ଠିତ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଚଳିତ ବର୍ଷ ମାର୍ଚ୍ଚ ୨୯ରେ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବାର ଥିଲା। କିନ୍ତୁ କରୋନା ପାଇଁ ଏହା ବନ୍ଦ ରହିଛି। ଏବେ ଷ୍ଟାଡିୟମ ଖୋଲିବାର ଅନୁମତି ମିଳିଥିବାରୁ ବିନା ଦର୍ଶକରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବା ପାଇଁ ବିସିସିଆଇ ମାନସମନ୍ଥନ ଆରମ୍ଭ କରିଛି।

କେନ୍ଦ୍ର ସରକାର ଷ୍ଟାଡିୟମ ଖୋଲିବାକୁ ଅନୁମତି ଦେଇଥିଲେ ହେଁ ଏହା ମଧ୍ୟକୁ ଦର୍ଶକ ଯାଇପାରିବେ ନାହିଁ ବୋଲି କହିଛନ୍ତି। ତେଣୁ ବିନା ଦର୍ଶକରେ ଆଇପିଏଲ ସମ୍ଭବ କି ନୁହେଁ, ତା’ର ଉପରେ ବିସିସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ।

ଅନ୍ୟପକ୍ଷରେ ଏକାଧିକ କ୍ରିକେଟର ବିନା ଦର୍ଶକରେ ଆଇପିଏଲ ସମ୍ଭବ ସପକ୍ଷରେ ମତ ଦେଇଛନ୍ତି। ଭାରତ ସରକାର ଷ୍ଟାଡିୟମ ଖୋଲିବାକୁ ଅନୁମତି ଦେଇଥିଲେ ହେଁ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ଚଳାଚଳ ବନ୍ଦ ରଖିଛନ୍ତି। ତେଣୁ ଯଦି ଆଇପିଏଲ ହୁଏ, ତା’ହେଲେ ଖେଳାଳିଙ୍କ ଯିବା ଆସିବାରେ ଅସୁବିଧା ହେବ। ସେହିପରି ବିଦେଶୀ ଖେଳାଳି ଭାରତ ଆସିବାର ସମ୍ଭାବନା କ୍ଷୀଣ। ଏପରି ସ୍ଥିତିରେ ଆଇପିଏଲ କେମିତି ହେବ ବୋଲି କ୍ରିକେଟ ପଣ୍ଡିତମାନେ ପ୍ରଶ୍ନ ଉଠାଇଛନ୍ତି।

ଦେଶରେ ଚଳିତ ବର୍ଷ ଆଇପିଏଲ ନ ହେଲେ, ବିସିସିଆଇ ପ୍ରାୟ ୪ ହଜାର କୋଟି ଟଙ୍କା କ୍ଷତି ସହିବ। ଏଥିସହ ବିସିସିଆଇ ବାଧ୍ୟ ହୋଇ ପେ’ କଟ୍‌ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

ତେବେ ଷ୍ଟାଡିୟମ ଖୋଲିବାର ମୂଳ ଲକ୍ଷ୍ୟ ହେଲା ଦେଶର କ୍ରୀଡ଼ାବିତଙ୍କୁ ଫିଟ ରଖିବା। ନିକଟରେ ଭାରତୀୟ ଅଲିମ୍ପିକ୍ସ ମହାସଂଘ ଖେଳାଳିଙ୍କୁ ନେଇ କ୍ୟାମ୍ପ କରିବା ସପକ୍ଷରେ ମତ ରଖିଥିଲେ। ଏହାର ଅନୁମତି ଦେବାକୁ ମଧ୍ୟ ସଂଘ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କୁ ଚଠି ଲେଖିଥିଲେ।

ସେହପରି ମହାସଂଘର ସଭାପତି ନରିନ୍ଦର ବାତ୍ରା ବିଭିନ୍ନ କ୍ରୀଡ଼ା ସଂଘକୁ ୨୨୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ କହିଥିଲେ।



from Odisha Reporter https://ift.tt/2yaOa18

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages