ଘର ଉପରକୁ ବୋମାମାଡ଼, ୩ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 25, 2020

ଘର ଉପରକୁ ବୋମାମାଡ଼, ୩ ଗୁରୁତର

ଖୋର୍ଦ୍ଧା (ବଳରାମ ଲେଙ୍କା): ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଭୋଗଡ଼ା ଗାଁରେ ଜଣଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏଥିରେ ଉକ୍ତ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ବାପା, ମା’ ଓ ପୁଅ ବୋଲି ଜଣାଯାଇଛି।

ସ୍ଥାନୀୟ ଲୋକେ ବୋମାମାଡ଼ ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଆହତମାନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଗାଁର ଅନ୍ୟ ୨ ଜଣ ମଧ୍ୟ ଆହତ ହୋଇଥିବା ନେଇ ସୂଚନା ମିଳିଛି।

ରାତିରେ ଲୁଟପାଟ କରିବାକୁ ଆସି ୮ରୁ ୧୦ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବୋମା ମାଡ଼ କରି ଲୁଟେରା ଫେରାର ହୋଇଯାଇଥିବା ବେଳେ କ’ଣ ଲୁଟ୍ ହୋଇଛି, ତାହା ସ୍ପଷ୍ଟ ହୋଇନି। ଘଟଣାସ୍ଥଳରେ ବାଘମାରୀ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2THlYuu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages