ଗ୍ରହ, ନକ୍ଷତ୍ରଙ୍କ ଖେଳ: ଜୁନରେ ସରିବ କରୋନା କାଳ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 25, 2020

ଗ୍ରହ, ନକ୍ଷତ୍ରଙ୍କ ଖେଳ: ଜୁନରେ ସରିବ କରୋନା କାଳ!

ନୂଆଦିଲ୍ଲୀ: ଭାରତରେ ଜ୍ୟୋତିଷ ଶାସ୍ତ୍ରର ନିଜସ୍ୱ ମହତ୍ୱ ରହିଛି। ଏବେ କରୋନା ସଙ୍କଟ ସମୟରେ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗଣନା କରାଯାଇଛି। ଦେଶର ପ୍ରଖ୍ୟାତ ଜ୍ୟୋତିର୍ବିଦମାନେ ଗ୍ରହ, ନକ୍ଷତ୍ରକୁ ନେଇ ଗଣନା କରି କହିଛନ୍ତି ଯେ, ଜୁନ ୨୧ର ସୂର୍ଯ୍ୟୋପରାଗ ପରେ କରୋନା ମହାମାରୀ ସଙ୍କଟରୁ ଭାରତକୁ ମୁକ୍ତି ମିଳିପାରେ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମୃଗଶିରା ନକ୍ଷତ୍ରରେ ଏହି ସୂର୍ଯ୍ୟୋପରାଗ ପଡ଼ୁଛି। ଏଣୁ ଅଗଷ୍ଟ ମାସର ମଧ୍ୟ ଭାଗରେ ମହାମାରୀର ପତନ ହୋଇପାରେ ବୋଲି ବିସ୍ତୃତ ଗଣନାରୁ ଜଣାପଡ଼ିଛି। ବହୁ ଲୋକପ୍ରିୟ ବରିଷ୍ଠ ଜ୍ୟୋତିର୍ବିଦ୍ ଆଚାର୍ଯ୍ୟ ଡା. ପବନ ତିଓ୍ୱାରୀ କହିଛନ୍ତି ଯେ, ମାର୍ଚ୍ଚ ୩୦ରେ ବୃହସ୍ପତି ଧନୁ ରାଶିରୁ ମକର ରାଶିକୁ ଆସିଛନ୍ତି। ସେଠାରେ ସେ ଜୁନ ୩୦ ପର୍ଯ୍ୟନ୍ତ ରହିବେ।

ସେ ଆହୁରି କହିଛନ୍ତି, ଜୁନ୍ ୩୦ରେ ବୃହସ୍ପତି ବକ୍ର ହୋଇ ପୁଣି ଧନୁ ରାଶିକୁ ଯିବେ। ଏହାରି ଭିତରେ ଜୁନ ୨୧ରେ ମୃଗଶିରା ନକ୍ଷତ୍ରରେ ସୂର୍ଯ୍ୟୋପରାଗ ପଡ଼ୁଛି। ଏହି ଦିନ ମଙ୍ଗଳ ମଧ୍ୟ ଶନି ରାଶି ତ୍ୟାଗ କରି ବୃହସ୍ପତି ରାଶିକୁ ଗମନ କରିବେ, ଯାହା ମହାମାରୀ ସଙ୍କଟର ପ୍ରଭାବକୁ କମ୍ କରିବ। ତେବେ ଏହା ପୂର୍ବରୁ ୨୦୧୯ ଡିସେମ୍ବର ୨୬ରେ ସୂର୍ଯ୍ୟୋପରାଗ ଅଶୁଭ ପରିମାଣ ମିଳିଥିଲା। ଏହାପରେ ଭାରତରେ ମହାମାରୀର ପ୍ରଭାବ ବଢ଼ିବାରେ ଲାଗିଥିଲା। ତ୍ରିପାଠୀଙ୍କ କହିବା ଅନୁଯାୟୀ, ମେ’୧୧ ପରଠାରୁ ଶନି ମଧ୍ୟ ବକ୍ର ହୋଇଛନ୍ତି। ଶନିଙ୍କ ବକ୍ର ଗତିର ଫଳ ଶୁଭପ୍ରଦ ହୋଇ ନ ଥାଏ। ଏଣୁ ଏହି କିଛି ଦିନ ଭାରତ ପାଇଁ କଷ୍ଟଦାୟକ ରହିବ।

ଦେଶର ଏହି ଜଣାଶୁଣା ଜ୍ୟୋତିର୍ବିଦ ମହାମାରୀ ସଙ୍କଟରୁ ମୁକ୍ତି ବିଷୟରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଭାରତବର୍ଷର କୁଣ୍ଡଳୀ ଅନୁସାରେ ଏପ୍ରିଲ ୧୪ ପର୍ଯ୍ୟନ୍ତ ସମୟ ଅଧିକ ଖରାପ ଥିଲା। ୨୦୨୦ ମାର୍ଟ୍ଟ ୨୫ ଚୈତ୍ର ଶୁକ୍ଳ ପ୍ରତିପଦା ଅର୍ଥାତ୍ ବୁଧବାରଠାରୁ ଭାରତୀୟ ନବବର୍ଷ ଆରମ୍ଭ ହୋଇଛି। ଅର୍ଥାତ ବୁଧ ହେଉଛନ୍ତି ଚଳିତ ବର୍ଷର ରାଜା। ଆଉ ତାଙ୍କ ସହ ମନ୍ତ୍ରୀ ରୂପରେ ରହିଛନ୍ତି ଚନ୍ଦ୍ର। ଏହି ଦୁଇଜଣଙ୍କ ପ୍ରଭାବରେ ମହାମାରୀ ୨୦୨୦ ଜୁନ ଯାଏ ହନ୍ତସନ୍ତ କରିପାରେ।

ସେହିପରି କାଶିର ପ୍ରଖ୍ୟାତ ଜ୍ୟୋତିର୍ବିତ ପ୍ରଫେସର ଚନ୍ଦ୍ରମାଳି ଉପାଧ୍ୟାୟ କହିଛନ୍ତି ଯେ, ଜୁନ ୧୮ରୁ ଶନି ବକ୍ରି ଗତି କରିବେ ଏବଂ ଉତ୍ତରଷାଢ଼ା ନକ୍ଷତ୍ରର ଦ୍ୱିତୀୟ ଚରଣ ବା ପାଦରେ ରହିବେ। ଏହି ସମୟରେ ସୂର୍ଯ୍ୟ ମିଥୁନ ରାଶିରେ ଏବଂ ଶନି ମକର ରାଶିରେ ରହିବେ। ମେ’୭ରେ ବୃହସ୍ପତି ମଧ୍ୟ ବକ୍ର ହେବେ। ଯେତେବେଳେ ଶନି ବକ୍ର ଗତି କରିବେ, ସେତେବେଳେ କରୋନାର ପ୍ରଭାବ କମିଯିବ। ଜୁନ ୨୦ରୁ ୩୦ ତାରିଖ ଭିତରେ ଏହାର ପ୍ରଭାବ ଦୃଷ୍ଟିଗୋଚର ହେବ।

ଦେଶର ଅନ୍ୟତମ ପ୍ରଖ୍ୟାତ ଜ୍ୟୋତିର୍ବିଦ କେ.ଏନ୍. ରାଓ ଏବଂ ତାଙ୍କ ଶିଷ୍ୟମାନେ ମଧ୍ୟ କୋଭିଡ୍-୧୯କୁ ନେଇ ଜ୍ୟୋତିଷ ଗଣନା କରିଛନ୍ତି। ଜୋର୍ନାଲ ଅଫ୍ ଆଷ୍ଟ୍ରୋଲୋଜିରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଜୁନ ୨୧ ପରେ ଭୂତାଣୁ, ଜୀବାଣୁଙ୍କ ବିନାଶ ଆରମ୍ଭ ହୋଇଯିବ। ଆଉ ଯେତେବେଳେ ଅଗଷ୍ଟ ୧୯ରେ ରାହୁ ମୃଗଶିରା ନକ୍ଷତ୍ରକୁ ଏବଂ କେତୁ ଜ୍ୟେଷ୍ଠା ନକ୍ଷତ୍ରରେ ପ୍ରବେଶ କରିବେ, ସେତେବେଳେ କୋଭିଡ୍-୧୯ର ବିନାଶ ସ୍ପଷ୍ଟ ହୋଇଯିବ। ରାଓଙ୍କ ଅନୁଧ୍ୟାନ ଅନୁଯାୟୀ, ଜୁନ ମାସ ଆରମ୍ଭରୁ ଭାରତରେ ମହାମାରୀ ପରିସ୍ଥିତି ସାମାନ୍ୟ ହେବା ଆରମ୍ଭ ହୋଇଯିବ। ତେବେ ଫେବୃୟାରୀରୁ ମେ’ ମାସ ମଧ୍ୟରେ ଯେଉଁଭଳି ସଙ୍କଟାପନ୍ନ ପରିସ୍ଥିତି ଦେଖିବାକୁ ମିଳିଥିଲା, ତାହା ତୁଳନାରେ ପରିସ୍ଥିତି ନିଶ୍ଚୟ ସାମାନ୍ୟ ରହିବ ବୋଲି ସେ ଅନୁମାନ ଲଗାଇଛନ୍ତି।



from Odisha Reporter https://ift.tt/3efLY7T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages