ମେ’ ୧୭ ପରର ରଣନୀତି କ’ଣ ବୋଲି ପ୍ରଶ୍ନ କଲେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

ମେ’ ୧୭ ପରର ରଣନୀତି କ’ଣ ବୋଲି ପ୍ରଶ୍ନ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଜାରି ରହିଥିବା ଲକଡାଉନ ଉଚ୍ଛେଦ ପାଇଁ ସ୍ୱତନ୍ତ୍ର ରଣନୀତି ଆବଶ୍ୟକ। ମେ’ ୧୭ ପରେ ସରକାର କ’ଣ ସବୁ ରଣନୀତି ଆପଣାଇବେ ଏକଥା ଦେଶବାସୀଙ୍କୁ ଜଣାନ୍ତୁ। ଲୋକଙ୍କ ମନରେ ଥିବା ଭୟକୁ ଦୂର କରି ଦେଶର ଅର୍ଥନୀତିକୁ ରି-ଓପନ କରନ୍ତୁ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି ଶ୍ରୀ ଗାନ୍ଧି ଭିଡିଓ କନଫରେନ୍ସିଂ ଜରିଆରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ସେ ଏହି ସମୟରେ କରୋନା ସ୍ଥିତି, ଲକଡାଉନ ଓ ଅର୍ଥନୀତି ଉପରେ ମତ ରଖିଛନ୍ତି।

ସେ କହିଛନ୍ତି, “ଏବେ ସରକାର ତାଙ୍କ କାର୍ଯ୍ୟକଳାପରେ ସ୍ୱଚ୍ଛତା ଆଣିବା ଦରକାର। ଆମେ ଜାଣିବାକୁ ଚାହୁଁଛୁ ଯେ କେବେ ସବୁ କିଛି ଖୋଲିବ ଓ ଏଥିପାଇଁ ସରକାର କ’ଣ ସବୁ ବ୍ୟବସ୍ଥା କରିଛନ୍ତି। ଲକଡାଉନ ଏମିତି ଏକ ସୁଇଚ୍‌ ନୁହେଁ ଯେ ଯାହାକୁ ଆପଣ ମନଇଚ୍ଛା ଅନ-ଅଫ କରିବେ।

ଏହାକୁ ଲାଗୁ କରିବା ଓ ପ୍ରତ୍ୟାହାର କରିବାକୁ ଅନେକ କିଛି ରଣନୀତି ଆବଶ୍ୟକ। ଏଥିପାଇଁ ମାନସିକତାରେ ପରିବର୍ତ୍ତନ ଦରକାର। ରିୟଲିଟି ବିଷୟରେ ସରକାର ଲୋକଙ୍କୁ ଜଣାନ୍ତୁ। ଲୋକଙ୍କ ମନରେ ଭୟର ଆସ୍ତରଣ ଦାନାବାନ୍ଧିଛି। ଲକଡାଉନ ଉଚ୍ଛେଦ କରିବାକୁ ହେଲେ ପ୍ରଥମେ ଲୋକଙ୍କ ମନରେ ଥିବା ଭୟକୁ ଦୂର କରିବା ଦରକାର।

୯୯% ଲୋକ ଭାଇରସ ଠାରୁ ଦୂରରେ ରହିଛନ୍ତି। କରୋନା ଭାଇରସରେ ୧% ଲୋକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ୯୯% ଲୋକ ଆକ୍ରାନ୍ତ ହେବର ସମ୍ଭାବନା କମ। ଯେଉଁମାନେ ଅନ୍ୟ ରୋଗରେ ଆକ୍ରାନ୍ତ ନାହାନ୍ତି, ସେମାନଙ୍କର ଭାଇରସ କିଛି ବି କରିପାରିବ ନାହିଁ। ଲୋକଙ୍କ ମନରେ ଭାଇରସକୁ ନେଇ ଚାଲିଥିବା ଚିନ୍ତାଧାରାକୁ ବଦଳାଇବାକୁ ପଡ଼ିବ।

ସମାଲୋଚନା କରିବାର ଏହା ସମୟ ନୁହେଁ। ଏବେ ରଣନୀତି ପ୍ରସ୍ତୁତ କରିବାର ସମୟ। ଅର୍ଥନୀତି ଗଭୀରେ ଭାବେ ପ୍ରଭାବିତ ହେଉଛି। ରାଜ୍ୟମାନଙ୍କ ସହ ଆଲୋଚନା ନ କରି ନିଜ ଇଚ୍ଛାରେ ରେଡ, ଗ୍ରୀନ ଓ ଅରେଞ୍ଜ ପ୍ରସ୍ତୁତ କରିବା ଠିକ ନୁହେଁ। ଚାକିରି ଦେଉଥିବା ଲୋକଙ୍କୁ ସରକାର ସୁରକ୍ଷା ଯୋଗାଇ ଦେଲେ ଚାକିରି ହରାଇବାର ବିପଦ ସୃଷ୍ଟି ହେବନାହିଁ।

ଆମକୁ ସେହିଭଳି ଜବ କ୍ରିଏଟରଙ୍କୁ ଆର୍ଥିକ ସହାୟତା କରିବାକୁ ପଡ଼ିବ। ନଚେତ କୋଟି କୋଟି ଲୋକ ଚାକିରି ହରାଇବେ। ସରକାର କେବେ ଲକଡାଉନ ଖୋଲିବେ ଓ ଅର୍ଥନୀତିକୁ କାର୍ଯ୍ୟକ୍ଷମ କରିବେ, ସେକଥା ଜଣାନ୍ତୁ।”



from Odisha Reporter https://ift.tt/3bb19NX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages