ଚେନ୍ନାଇ: ଦୀର୍ଘ ୬ ସପ୍ତାହ ପରେ ଚେନ୍ନାକୁ ଛାଡ଼ି ତାମିଲନାଡୁରେ ଗୁରୁବାର ମଦ ଦୋକାନ ଖୋଲିଛି। ଦୀର୍ଘ ଦେଢ଼ ମାସ ହେଲା ମଦ ପିଇ ନଥିବାରୁ ଲୋକଙ୍କ ପାଟି ଆମ୍ବିଳା ହୋଇଯାଇଥିଲା। ଏହି କାରଣରୁ ପ୍ରଥମ ଦିନରେ ହିଁ ମଦ କିଣିବାକୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।
ଲୋକମାନେ କରୋନା ପାଇଁ ପ୍ରମୁଖ ଅସ୍ତ୍ର ସାଜିଥିବା ସାମଜିକ ଦୂରତାକୁ ଭୁଲି ମଦ କିଣିବାରେ ଲାଗି ପଡ଼ିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଗୋଟିଏ ଦିନରେ ୧୭୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଲୋକମାନେ ୨୦ ଲକ୍ଷ ଲିଟର ମଦ ବୋହି ନେଇଯାଇଛନ୍ତି।
ଚେନ୍ନାଇରେ ମଦ ଦୋକାନା ଖୋଲି ନଥିଲେ ମଧ୍ୟ ଏତେ ପରିମାଣର ମଦ ବିକ୍ରି ହୋଇଛି। ସାଧାରଣ ଦିନ ମାନଙ୍କରେ ତାମିଲନାଡୁରେ(ଚେନ୍ନାଇକୁ ମିଶାଇ) ହାରାହାରି ୮୦ କୋଟି ଟଙ୍କାର ମଦ ବିକ୍ରି ହୋଇଥାଏ। ହେଲେ ଗୁରୁବାର ଦିନରେ ଦୁଇଗୁଣ ଅଧିକ ମଦ ବିକ୍ରି ହୋଇଛି। ତାମିଲନାଡୁରେ ୫,୧୪୬ଟି ମଦ ଦୋକାନ ରହିଛି। ଗୁରୁବାର ଏହା ମଧ୍ୟରୁ ୩,୭୫୦ଟି ମଦ ଦୋକାନ ଖୋଲିଥିଲା।
ସମଗ୍ର ତାମିଲନାଡୁରେ ଦୈନିକ ୨୪ ଲକ୍ଷ ଲିଟର କ୍ଷୀର ବିକ୍ରି ହୋଇଥାଏ। ଏବେ ମଦ ବିକ୍ରି ୨୦ ଲକ୍ଷ ଲିଟରରେ ପହଞ୍ଚି ଯାଇଛି। ସରକାରୀ ସୂତ୍ର ଅନୁସାରେ, ଗତକାଲି ଲୋକମାନେ ଦୀର୍ଘ ୧ କିମିର ଲମ୍ବା ଲାଇନ କରି ମଦ କିଣିଛନ୍ତି। କିଛି ଦୋକାନୀ ମଦ ପାଇଁ ଟୋକନ ବ୍ୟବସ୍ଥା କରିଥିଲେ। ପ୍ରତି ବ୍ୟକ୍ତିଙ୍କୁ ୭୫୦ ଏମଏଲ ବୋତଲର ମଦ ଦେଇଥିଲେ। କୋମ୍ବାଟୁରରେ ସର୍ବାଧିକ ମଦ ବିକ୍ରି ହୋଇଛି।
from Odisha Reporter https://ift.tt/2WFelFh
No comments:
Post a Comment