ସ୍ୱତନ୍ତ୍ର ବିମାନରେ ଲଣ୍ଡନରୁ ଫେରିଲେ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ସ୍ୱତନ୍ତ୍ର ବିମାନରେ ଲଣ୍ଡନରୁ ଫେରିଲେ ଭାରତୀୟ

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସାରା ଦୁନିଆରେ ଅନ୍ତର୍ଜାତୀୟ ଯାତ୍ରା ଉପରେ ରୋକ୍ ଲଗାଯାଇଛି। ଭାରତ ସମେତ ଅନେକ ଦେଶ ଏବେ ବି ଲକଡାଉନରେ। ଏହି କାରଣରୁ ବ୍ରିଟେନରେ ଅନେକ ଭାରତୀୟ ଫସି ରହିଥିଲେ। ସେମାନଙ୍କ ମଧ୍ୟ କିଛି ଶନିବାର ବିଳମ୍ବିତ ରାତିରେ ମୁମ୍ବାଇ ଆସି ପହଞ୍ଚିଛନ୍ତି।

ସୂଚନା ଯେ, ବ୍ରିଟେନରେ କରୋନା ଲକଡାଉନ ଲାଗି ଫସି ରହିଥିବା ଭାରତୀୟମାନଙ୍କ ମଧ୍ୟରୁ ପ୍ରଥମ ଗ୍ରୁପରେ ୩୨୬ଜଣ ଗତକାଲି ବିଳମ୍ବିତ ରାତିରେ ଭାରତ ଫେରିଛନ୍ତି। ସୂତ୍ର ଅନୁସାରେ, ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ସେମାନଙ୍କୁ ଲଣ୍ଡନରୁ ଭାରତ ନେଇ ଆସିଛି। ଶନିବାର ରାତି ପ୍ରାୟ ୧.୩୦ ବେଳେ ଏହି ସ୍ୱତନ୍ତ୍ର ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା।

ବିଦେଶରୁ ଫେରନ୍ତା ଏହି ଭାରତୀୟମାନଙ୍କୁ ଏବେ ଏକାନ୍ତବାସରେ ରହିବାକୁ ହେବ। ବିମାନ ଯାତ୍ରା ସମୟରେ ମଧ୍ୟ ଶାରୀରିକ ଦୂରତ୍ୱ ତଥା ଅନ୍ୟ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ରଖାଯାଇଥିଲା। ଭାରତ ସରକାର ଓ ବିଦେଶ ମନ୍ତ୍ରାଳୟ, ଏୟାର ଇଣ୍ଡିଆ, ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଏବଂ ନ୍ୟାଶନାଲ ଇଣ୍ଡିଆନ ଷ୍ଟୁ଼ଡେଣ୍ଟ ଆଣ୍ଡ୍ ଏଲୁମିନି ୟୁନିୟନ ବ୍ରିଟେନର ମିଳିତ ସହଯୋଗରେ ଏହି ଭାରତୀୟମାନେ ଏବେ ସ୍ୱଦେଶକୁ ଫେରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଉ ନ ଥିବା ମୁମ୍ବାଇ ବାସୀନ୍ଦାଙ୍କୁ ପୃଥକବାସ ପାଇଁ ମୁମ୍ବାଇସ୍ଥ ବିଭିନ୍ନ ହୋଟେଲରେ ରଖାଯିବ। ସେହିପରି ଅନ୍ୟମାନଙ୍କୁ ସେମାନଙ୍କ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚାଇବା ବ୍ୟବସ୍ଥା କରାଯିବ। ତେବେ ଯେଉଁମାନଙ୍କଠାରେ ସଂକ୍ରମଣର ଲକ୍ଷଣ ଦେଖାଯିବ, ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/3fGtpeT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages