ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲାରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଠାରେ ରେଡ୍ ଜୋନ୍ ପାଇଁ ଉଦ୍ଦିଷ୍ଟ କଟକଣା ଲାଗୁ କରିବାକୁ ଜିଲ୍ଲାପାଳ ମନୋଜ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଏହାକୁ ରେଡ୍ ଜୋନ୍ରେ ଅନ୍ତର୍ଭୁକ୍ତ କରାଯାଇ ନଥିଲେ ମଧ୍ୟ ୧୩ଟି ପଜିଟିଭ୍ ବାହାରିଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।
ଗତକାଲି ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏକାଥରକେ ୧୩ଟି ପଜିଟିଜ୍ ଆସିଥିଲା। ଆଜି ସକାଳେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା।
ଏହି ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ବାହାର ରାଜ୍ୟରୁ ଆସିଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର। ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ସୁରତରୁ ଆସିଥିଲେ ଓ ଜଣେ ମହାରାଷ୍ଟ୍ରରୁ ଆସିଥିଲେ। ବାହାର ରାଜ୍ୟରୁ ଆସିଥିବା ସମସ୍ତ ୧୨ ବ୍ୟକ୍ତି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଥିବା ବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି। ୨୮୧ ଜଣ ଚିକିତ୍ସାଧୀନ ଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।
from Odisha Reporter https://ift.tt/2xPIFVB
No comments:
Post a Comment