କ୍ରିକେଟ ପାଇଁ ବାଟ ଫିଟିଲା, ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

କ୍ରିକେଟ ପାଇଁ ବାଟ ଫିଟିଲା, ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତ!

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ହେବ। ଏନେଇ ବାଟ ଫିଟିଛି। ଚଳିତ ବର୍ଷ ଶେଷ ଭାଗରେ ଭାରତ ଟେଷ୍ଟ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିପାରେ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି। ୨୦୨୦ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ଟିକିଆ ଟେଷ୍ଟ ସିରିଜ‌ ଖେଳାଯିବାର କାର୍ଯ୍ୟକ୍ରମ ଥିଲା।

ତେବେ କରୋନା ଲକଡାଉନ ଯୋଗୁ ସିରିଜ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହେଲେ ଏବେ ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଧାର୍ଯ୍ୟ ମ୍ୟାଚ୍‌ ସୂଚୀ ଅନୁଯାୟୀ, ଟିମ୍‌ ଇଣ୍ଡିଆ ସିରିଜ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବ। ସେହିପରି ଦୁଇ ଦେଶ ମିଳିତ ଭାବେ ଆଲୋଚନା କରି ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବେ।

କରୋନାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ସରକାର ସେପ୍ଟେମ୍ବର ୩୦ ଯାଏ ନିଜ ସୀମାକୁ ସିଲ କରିଛନ୍ତି। ତେବେ କ୍ରିକେଟ ପାଇଁ ଅଷ୍ଟ୍ରେଲିଆ ସରକାର କିଛି କୋହଳ ନୀତି ଅବଲମ୍ବନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତ ଗସ୍ତ କରିବାକୁ ଥିଲେ ହେଁ ଖେଳାଳିଙ୍କ ସୁରକ୍ଷାକୁ ପ୍ରାଧ୍ୟାନ୍ୟ ଦିଆଯିବ। ବିନା ଦର୍ଶକରେ ମ୍ୟାଚ୍‌ ହେବ ନା ଷ୍ଟାଡିୟମରେ ଲୋକଙ୍କୁ କ୍ରିକେଟ ଦେଖିବାକୁ ଅନୁମତି ମିଳିବ, ତା’ହା ପରବର୍ତ୍ତୀ ସମୟରେ ଦୁଇ ଦେଶ ମିଳିତ ଭାବେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

କରୋନା ଲକଡାଉନ ଯୋଗୁ ମାର୍ଚ୍ଚ ମାସରୁ ହିଁ କ୍ରିକେଟ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର କ୍ରୀଡ଼ା କାର୍ଯ୍ୟକ୍ରମ ବନ୍ଦ ରହିଛି। ଏପରି କି ଟୋକିଓ ଅଲିମ୍ପିକ୍ସକୁ ମଧ୍ୟ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ସେହି ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆୟୋଜନ ହେବ। ହେଲେ କରୋନା ଭିତରେ ଏହା କେତେଦୂର ସମ୍ଭବ, ତା’କୁ ନେଇ ଏବେ ବି ସସପେନ୍ସ ଜାରି ରହିଛି।

ଆଜି ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ପୂର୍ବରୁ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ସମାନ ସଙ୍କେତ ଦେଇଥିଲା। ଭାରତୀୟ ଖେଳାଳିଙ୍କୁ କରୋନା କଟକଣା ଭିତରେ ବି ସ୍ୱତନ୍ତ୍ର ଭାବେ ନିୟମ କୋହଳ କରି ଅଷ୍ଟ୍ରେଲିଆ ସରକାର ଟେଷ୍ଟ ସିରିଜ ଖେଳିବାକୁ ଅନୁମତି ଦେଇପାରନ୍ତି ବୋଲି କୁହାଯାଇଥିଲା।

କୋଭିଡ୍‌-୧୯ ମହାମାରୀ ଯୋଗୁ ଅଷ୍ଟ୍ରେଲିଆରେ କୌଣସି ଖେଳ ହୋଇପାରୁନାହିଁ। ଏଥିପାଇଁ ସରକାର ୩୦୦ ମିଲିୟନ ଅଷ୍ଟ୍ରେଲିଆ ଡଲାର କ୍ଷତି ସହିବାର ଆଶଙ୍କା କରିଛନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ଓ କ୍ରୀଡ଼ାପ୍ରେମୀଙ୍କୁ ଷ୍ଟାଡିୟମ ମୁହାଁ କରିବା ପାଇଁ ସରକାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ବିଶ୍ୱବ୍ୟାପୀ ଲକଡାଉନ ଯୋଗୁ କ୍ରିକେଟ ଅଷ୍ଟ୍ରେଲିଆ ଅନେକ କ୍ଷତି ସହିଛି। କ୍ଷତି ପରିମାଣ ଏତେ ପରିମାଣର ବଢ଼ି ଯାଇଛି ଯେ ବୋର୍ଡର ୮୦% କର୍ମଚାରୀଙ୍କୁ ଦରମା ଦିଆଯାଇ ପାରୁନାହିଁ। ତେଣୁ ଡିସେମ୍ବର-ଜାନୁଆରୀରେ ଭାରତ ସହ ହେବାକୁ ଥିବା ୪ଟିକିଆ ଟେଷ୍ଟ ସିରିଜ କରି ବୋର୍ଡ କ୍ଷତି ଭରଣ କରିବାକୁ ଚାହୁଁଛି ବୋଲି କୁହାଯାଉଥିଲା।



from Odisha Reporter https://ift.tt/2SON1DL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages