ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସରକାର ସେମାନଙ୍କ ସଂପର୍କରେ ସୂଚନା ଦେଇଛନ୍ତି। ଏହି ୧୭ ଜଣ ହେଉଛନ୍ତି ପୁରୁଷ। ସେମାନଙ୍କ ମଧ୍ୟରୁ ୧୬ ଜଣ ହେଉଛନ୍ତି ସୁରତ ଫେରନ୍ତା। ଆଉ ଜଣେ କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଥିଲେ।
ଏହି ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ମୟୂରଭଞ୍ଜର ୩ ଜଣ ଓ ଭଦ୍ରକର ଜଣେ ଅଛନ୍ତି। ଏମାନେ ସମସ୍ତେ ସୁରତ ଫେରନ୍ତା। ସୁନ୍ଦରଗଡ଼ ଜିଲ୍ଲାରେ ଯେଉଁ ଜଣେ ନୂଆ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେ ରାଉରକେଲାର। ସେ କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଥିଲେ।
ରାଜ୍ୟ ସରକାର ତଥ୍ୟ ଦେବା ପୂର୍ବରୁ ଭଦ୍ରକ ଜିଲ୍ଲା ପ୍ରଶାସନ ଏହାର ନୂଆ କରୋନା ଆକ୍ରାନ୍ତ ସମ୍ପର୍କରେ ତଥ୍ୟ ଦେଇଥିଲା। ଏହି ବ୍ୟକ୍ତି ଜଣଙ୍କ ତିହିଡ଼ି ବ୍ଲକ୍ର। ସେହିପରି ସୁନ୍ଦରଗଡ଼ ଜିଲ୍ଲାପାଳ ମଧ୍ୟ ରାଉରକେଲାର ନୂଆ କରୋନା ଆକ୍ରାନ୍ତଙ୍କ ସଂପର୍କରେ ସୂଚନା ଦେଇଥିଲେ।
୧୨ ନୂଆ କେସ୍ ସହିତ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଯାଇଛି। ଏମାନେ ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଭଦ୍ରକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଥିବା ବେଳେ ସୁନ୍ଦରଗଡ଼ରେ ୧୩ ଓ ମୟୂରଭଞ୍ଜରେ ୭ ହୋଇଛି। ଭଦ୍ରକର ୨୫ ଜଣଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଜଣ ଚିକିତ୍ସାଧୀନ ଅଛନ୍ତି। ସୁନ୍ଦରଗଡ଼ର ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣ ଚିକିତ୍ସାଧୀନ ରହିଛନ୍ତି। ମୟୂରଭଞ୍ଜରେ ୭ ଜଣ ଯାକ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ମୋଟ ୨୮୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୨୨୨ଟି କେସ୍ ସକ୍ରିୟ ରହିଛି।
ବର୍ତ୍ତମାନ ସୁଦ୍ଧା କେଉଁ ଜିଲ୍ଲାରେ କେତେ, ଦେଖନ୍ତୁ ପୂରା ତାଲିକା
ଗଞ୍ଜାମ- ୮୩ (ଚିକିତ୍ସାଧୀନ), ଯାଜପୁର- ୫୫ (ଜଣେ ସୁସ୍ଥ, ୫୪ ଚିକିତ୍ସାଧୀନ), ଖୋର୍ଦ୍ଧା- ୫୦ (୩୨ ସୁସ୍ଥ, ୧୬ ଚିକିତ୍ସାଧୀନ, ୨ ମୃତ), ବାଲେଶ୍ୱର – ୨୭ (୫ ସୁସ୍ଥ, ୨୨ ଚିକିତ୍ସାଧୀନ) ଭଦ୍ରକ-୨୫ (୧୨ ସୁସ୍ଥ, ୧୩ ଚିକିତ୍ସାଧୀନ), ସୁନ୍ଦରଗଡ଼- ୧୩ (୬ ସୁସ୍ଥ, ୭ ଚିକିତ୍ସାଧୀନ), କେନ୍ଦ୍ରାପଡ଼ା- ୮ (୨ ସୁସ୍ଥ, ୬ ଚିକିତ୍ସାଧୀନ), ମୟୂରଭଞ୍ଜ-୭ (ଚିକିତ୍ସାଧୀନ) ଜଗତସିଂହପୁର- ୫ (ଚିକିତ୍ସାଧୀନ), ବଲାଙ୍ଗୀର-୨ (ଚିକିତ୍ସାଧୀନ), କଟକ-୨ (ଜଣେ ସୁସ୍ଥ, ଜଣେ ଚିକିତ୍ସାଧୀନ), ଝାରସୁଗୁଡ଼ା-୨ (ଚିକିତ୍ସାଧୀନ), କଳାହାଣ୍ଡି- ୨ (ସୁସ୍ଥ), କେନ୍ଦୁଝର- ୨ (ଚିକିତ୍ସାଧୀନ), ଦେବଗଡ଼-୧ (ଚିକିତ୍ସାଧୀନ), ଢେଙ୍କାନାଳ-୧ (ସୁସ୍ଥ), କୋରାପୁଟ- ୧ (ଚିକିତ୍ସାଧୀନ), ପୁରୀ- ୧ (ସୁସ୍ଥ)
from Odisha Reporter https://ift.tt/3dv4pFj
No comments:
Post a Comment