୧୦ ମେ’, ରବିବାର: ଅଚିହ୍ନା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 9, 2020

୧୦ ମେ’, ରବିବାର: ଅଚିହ୍ନା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ

ମେଷ: ପାରିବାରିକ ସମସ୍ୟା ଓ ସ୍ୱାସ୍ଥ୍ୟଗତ କାରଣକୁ ନେଇ ଚିନ୍ତାଗ୍ରସ୍ତ ରହିବେ। କର୍ମକ୍ଷେତ୍ରରେ ବାଦବିବାଦ ଯୁକ୍ତିତର୍କ ଦେଖାଦେଇପାରେ।

ବୃଷ: ଅଜଣା ଅଚିହ୍ନା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। ନଚେତ୍ ବିପଦରେ ପଡ଼ିପାରନ୍ତି। କୁସଙ୍ଗରେ ପଡ଼ି ସମାଲୋଚିତ ଓ ନିନ୍ଦିତ ହେବେ। ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ପ୍ରତ୍ୟେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ ଓ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଆଧ୍ୟାତ୍ମିକ ଦିଗରେ ମନ ନିବେଶ କରି ଶାନ୍ତି ଅନୁଭବ କରିବେ।

କର୍କଟ: କର୍ମ କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସାହାଯ୍ୟ ସହାନୁଭୂତି ପାଇବେ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ: ଜଗିରଖି କାର୍ଯ୍ୟ କରନ୍ତୁ, ନିଜର ଲୋକମାନେ ଶତ୍ରୁତା ଆଚରଣ କରିବେ। ପୈତୃକ ସମ୍ପତିକୁ ନେଇ ଭାତୃବିବାଦ ଦେଖାଦେବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅମନଯୋଗୀ ହେବେ।

କନ୍ୟା: ଗୁପ୍ତ ଶତ୍ରୁମାନେ ପରାଜିତ ହେବେ ଯାହାଫଳରେ ମନ ଆନନ୍ଦ ରହିବ। ବକେୟା ଅର୍ଥ ହସ୍ତଗତ ହେବ ଏବଂ ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ।

ତୁଳା: ଅଯାଚିତ ଭାବେ କୌଣସି ସମ୍ପତିର ଅଧିକାରୀ ହୋଇପାରନ୍ତି। ରାଜନେତାମାନଙ୍କ କାର୍ଯ୍ୟ ଜନପ୍ରିୟ ହେବ।

ବିଛା: ଯେଉଁମାନଙ୍କୁ ସାହାଯ୍ୟ କରିଥିବେ ସେମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିବେ। କାର୍ଯ୍ୟରେ ବିଳମ୍ବ, ମାନହାନୀ, ଅଙ୍ଗପୀଡ଼ା ଦେଖାଦେବ। କର୍ମକ୍ଷେତ୍ରରେ କେହିଜଣେ ଅସୁବିଧାରେ ପକେଇବାକୁ ଚେଷ୍ଟା କରିପାରନ୍ତି।

ଧନୁ: ଉତ୍ତମ ଭୋଜନ ମିଳିବା ସହିତ ସମସ୍ତ ଆଶା ଫଳବତୀ ହେବ। ନିଜ ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରତ୍ୟେକଟି ଦିଗରେ ପ୍ରତ୍ୟେକଟି କ୍ଷେତ୍ରରେ ଶୁଭଫଳ ଲାଭ କରିବେ।

ମକର: ବନ୍ଧୁଙ୍କ ଉତ୍ସାହ ପ୍ରେରଣା ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଗୁରୁଜନ ମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

କୁମ୍ଭ: ଦୀର୍ଘ ଦିନରୁ ବାକି ରହିଥିବା କାର୍ଯ୍ୟ କରିବାକୁ ମନ ବଳାଇବେ। କୌଣସି ନୂତନ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ରହିଛି।

ମୀନ: ପ୍ରତ୍ୟେକଟି କାର୍ଯ୍ୟରେ କୃତକାର୍ଯ୍ୟ ହେବେ। ଦେହମନ ସୁସ୍ଥ ରହିବ ଓ ହସଖୁସିରେ ଦିନଟି ଅତିବାହିତ କରିବେ।

 



from Odisha Reporter https://ift.tt/3bgJ7JV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages