ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାର ୧୩ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ଅନୁଗୋଳ ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାକୁ କରୋନା ଛୁଇଁବା ପରେ ରାଜ୍ୟର ମୋଟ ୨୦ ଜିଲ୍ଲାକୁ ଏହା ବ୍ୟାପିଛି।
୫୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨୮୧ ଜଣଙ୍କ ଠାରେ କରୋନା ସକ୍ରିୟ ଥିବା ବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ୨ ଜଣ ଓ ଗଞ୍ଜାମ ଜିଲ୍ଲାର ଜଣେ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତାଲିକାରେ ଗଞ୍ଜାମ ଶୀର୍ଷରେ ରହିଛି। ଏଠାରେ ଏଯାବତ୍ ୧୧୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ଅଛି ଯାଜପୁର। ଏଠାରେ ୫୫ଟି କେସ୍ ମିଳିଥିବା ବେଳେ ୫୩ଟି ସକ୍ରିୟ ରହିଛି। ୨ ଜଣ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରେ ୫୦ ଜଣଙ୍କ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୩୨ ଜଣ ସୁସ୍ଥ ହୋଇଛନ୍ତି ଓ ୧୬ ଜଣ ଚିକିତ୍ସାଧୀନ ଅଛନ୍ତି।
ଆଉ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଅଛନ୍ତି ଜାଣନ୍ତୁ
ବାଲେଶ୍ୱର- ୪୨ (୯ ସୁସ୍ଥ, ୩୩ ଚିକିତ୍ସାଧୀନ) ଭଦ୍ରକ-୨୫ (୧୨ ସୁସ୍ଥ, ୧୩ ଚିକିତ୍ସାଧୀନ), ସୁନ୍ଦରଗଡ଼- ୧୩ (୬ ସୁସ୍ଥ, ୭ ଚିକିତ୍ସାଧୀନ), କେନ୍ଦ୍ରାପଡ଼ା- ୮ (୨ ସୁସ୍ଥ, ୬ ଚିକିତ୍ସାଧୀନ), ମୟୂରଭଞ୍ଜ-୮ (ଚିକିତ୍ସାଧୀନ) ଜଗତସିଂହପୁର- ୫ (ଚିକିତ୍ସାଧୀନ), ବଲାଙ୍ଗୀର-୨ (ଚିକିତ୍ସାଧୀନ), କଟକ-୨ (ଜଣେ ସୁସ୍ଥ, ଜଣେ ଚିକିତ୍ସାଧୀନ), ଝାରସୁଗୁଡ଼ା-୨ (ଚିକିତ୍ସାଧୀନ), କଳାହାଣ୍ଡି- ୨ (ସୁସ୍ଥ), କେନ୍ଦୁଝର- ୨ (ଚିକିତ୍ସାଧୀନ), ଦେବଗଡ଼-୧ (ଚିକିତ୍ସାଧୀନ), ଢେଙ୍କାନାଳ-୧ (ସୁସ୍ଥ), କୋରାପୁଟ- ୧ (ଚିକିତ୍ସାଧୀନ), ପୁରୀ- ୧ (ସୁସ୍ଥ), ନୟାଗଡ଼-୧ (ଚିକିତ୍ସାଧୀନ)
from Odisha Reporter https://ift.tt/2zrwgr6
No comments:
Post a Comment