ନୂଆଦିଲ୍ଲୀ: କରୋନା ଲଢ଼େଇ ମଧ୍ୟରେ ପ୍ରବାସୀଙ୍କ ସହ ଘଟୁଥିବା ଅମାନବୀୟକାଣ୍ଡ ସାମ୍ନାକୁ ଆସିବାରେ ଲାଗିଛି। ପ୍ରଥମେ ଉତ୍ତର ପ୍ରଦେଶରେ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀଙ୍କୁ ବ୍ଲିଚିଂ ମିଶା ବିଷାକ୍ତ ସ୍ପ୍ରେ ଦ୍ୱାରା ବିଶୋଧନ କରାଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାର ପୁନରାବୃତ୍ତି ଦିଲ୍ଲୀରେ ଘଟିଛି।
କରୋନା ଭାଇରସ ସ୍କ୍ରିନିଂ ପାଇଁ ଲାଜପଥ ନଗର ସ୍କୁଲ ନିକଟରେ ଅପେକ୍ଷା କରିଥିବା ପ୍ରବାସୀଙ୍କୁ ବିଶୋଧନ କରିବା ପାଇଁ ବିଷାକ୍ତ ସ୍ପ୍ରେ ମାଡ଼ କରାଯାଇଛି। ଏହି ଘଟଣା ବେଳେର ଦୃଶ୍ୟ ଭାଇରାଲ ହେବା ପରେ ଦିଲ୍ଲୀ ପୌରପାଳିକା ନିଜର ଭୁଲ ସ୍ୱୀକାର କରିଛି। ଦକ୍ଷିଣ ଦିଲ୍ଲୀ ପୌରପାଳିକା କର୍ପୋରେସନ(ଏସଡିଏମସି) ପକ୍ଷରୁ କୁହାଯାଇଛି ଯେ ରାସ୍ତା ଘାଟ ବିଶୋଧନ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା।
ହେଲେ ଏହାକୁ କାର୍ଯ୍ୟକ୍ଷମ କରୁଥିବା କର୍ମଚାରୀ ପାଇପ ଉପରେ ନିୟନ୍ତ୍ରଣ ହରାଇ ବସିବାରୁ ଏହା ସେଠାରେ ଉପସ୍ଥିତ ପ୍ରବାସୀଙ୍କ ଉପରେ ପଡ଼ିଯାଇଥିଲା। କେହି ବି ଜାଣିଶୁଣି ଏଭଳି କରିନାହାନ୍ତି। ତଥାପି ଭୁଲ ପାଇଁ ପୌରପାଳିକା ଅଧିକାରୀମାନେ ପ୍ରବାସୀଙ୍କୁ କ୍ଷମା ମାଗୁଛନ୍ତି।
@karthickselvaa
Shot this in Lajpat Nagar.
Migrants, waiting for a bus home, being sprayed with sanitisers by @OfficialSdmc workers.#coronavirus #MigrantWorkers pic.twitter.com/Lel3Of0l6F— R BALAMUKUNDAN (@rbalamukundan) May 22, 2020
ଶ୍ରମିକ ସ୍ପେଶାଲ ଟ୍ରେନରେ ନିଜ ନିଜ ରାଜ୍ୟକୁ ଯିବା ପୂର୍ବରୁ ପ୍ରବାସୀମାନଙ୍କ ଲାଜପଥ ନଗର ଠାରେ ପ୍ରଥମେ ସ୍କ୍ରିନିଂ କରାଯିବାର ଥିଲା। ଏଥିପାଇଁ ହଜାର ହଜାର ଶ୍ରମିକ ସେଠାରେ ଛିଡ଼ା ହୋଇଥିଲେ। ହଠାତ୍ ସେମାନଙ୍କ ଉପରେ ବିଷାକ୍ତ ସ୍ପ୍ରେ ମାଡ଼ କରାଯାଇଥିଲା। ସ୍ପ୍ରେ ମାଡ଼ ପରେ ପ୍ରବାସୀମାନଙ୍କ ଆଖିରେ ଯନ୍ତ୍ରଣା ହେବା ସହ ସେମାନଙ୍କ ଶରୀର ପୋଡ଼ାଜଳା ହୋଇଥିବା ଜଣାପଡ଼ିଛି।
from Odisha Reporter https://ift.tt/3e6Wdv6
No comments:
Post a Comment