ଶ୍ରମିକ ଟ୍ରେନରେ ଚାଲିଗଲା ମହିଳାଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 23, 2020

ଶ୍ରମିକ ଟ୍ରେନରେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଭିଟାମାଟିକୁ ଫେରୁଥିବା ବେଳେ ଟ୍ରେନରେ ଚାଲିଗଲା ପ୍ରବାସୀ ମହିଳା ଶ୍ରମିକଙ୍କ ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି ବିଶାଖାପାଟନମରୁ ବଲାଙ୍ଗିର ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ।

ଆଜି ସକାଳୁ ବଲାଙ୍ଗିରରେ ଟ୍ରେନଟି  ପହଞ୍ଚିବା ପରେ ସେଥିରେ ଆସୁଥିବା ଜଣେ ମହିଳା ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ଜଣା ପଡିଥିଲା । ମୃତ ମହିଳାଜଣକ ହେଲେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଜଡା ଗାଁର ରାଧା କରା । ତାଙ୍କର ଏକ ଛୋଟ ପୁଅଟିଏ ଅଛି ।

ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଛାତି ଯନ୍ତ୍ରଣାରୁ ଟ୍ରେନ୍‌ରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସଂପର୍କୀୟ ସୂଚନା ଦେଇଛନ୍ତି।ବଲାଙ୍ଗିର ପୁଲିସ୍‌ ଶବକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ।



from Odisha Reporter https://ift.tt/2WYraw8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages