ନୂଆପଡ଼ା(ମାୟାଧର ସରାଫ୍): ନୂଆପଡା ଜିଲ୍ଲା ଜୋଙ୍କ ଥାନା ପଛ ପଟେ ଥିବା ଏକ ପରିତ୍ୟକ୍ତ ଘରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଦୀପକ ପାଣ୍ଡେ। ତାଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି। ସେ ସ୍ଥାନୀୟ ଏକ ଢାବାରେ କାମ କରୁଥିଲେ। ଲକ୍ଡାଉନ୍ ଯୋଗୁ ଢାବା ବନ୍ଦ ଥିବାରୁ ଖରିଆର ରୋଡ୍ରେ ରହୁଥିଲେ।
ଗତକାଲି ତାଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ପୁଲିସ୍କୁ ଖବର ଦେଇଥିଲେ। ଏହାପରେ ନୂଆପଡ଼ା ଏସପି ବିନୀତ ଅଗ୍ରୱାଲଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ। ଏହାସହ ପୁଲିସ୍ ସନ୍ଧାନୀ କୁକୁର ଆଣି ଘଟଣାର ତଦନ୍ତ କରିଛି। ଦୀପକଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦିଆ ଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଏଯାଏଁ ପୁଲିସ୍ କାହାକୁ ଗିରଫ କରି ନାହିଁ।
from Odisha Reporter https://ift.tt/2XP8vBQ
No comments:
Post a Comment