କରୋନା ନେଲା ଆଉ ଜଣେ ପୁଲିସ କର୍ମୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 30, 2020

କରୋନା ନେଲା ଆଉ ଜଣେ ପୁଲିସ କର୍ମୀଙ୍କ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭୂତାଣୁ ନିଜ କାୟା ବିସ୍ତାର କରିବାରେ ଲାଗିଛି, ଯାହାର ପରିଣାମ ସ୍ୱରୁପ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଶନିବାର ଜଣେ କାର୍ଯ୍ୟରତ  ପୁଲିସ କର୍ମଚାରୀ କରୋନା ସଂକ୍ରମଣ ଯୋଗୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଦିଲ୍ଲୀରେ କନଷ୍ଟେବଲ ଅମିତ ରାଣାଙ୍କ ମଧ୍ୟ କରୋନା ଯୋଗୁ ପ୍ରାଣ ଯାଇଥିଲା।

ସୂଚନା ମୁତାବକ, ମୃତ ପୋଲିସ କର୍ମଚାରୀ ଜଣକ ହେଲେ ଏସଆଇ ଶେଷମଣି ପାଣ୍ଡେୟ। ୫୪ ବର୍ଷୀୟ ପାଣ୍ଡେୟ ଜଣେ ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ ଥିବା ବେଳେ ସେ କ୍ରାଇମବ୍ରାଞ୍ଚ ଅଫିସର ଥିଲେ। କିନ୍ତୁ କରୋନା ସଙ୍କଟ କାଳରେ ତାଙ୍କୁ ଅସ୍ଥାୟୀ ଭାବେ ସେଣ୍ଟ୍ରାଲ ଦିଲ୍ଲୀରେ ମୋବାଇଲ କ୍ରାଇମ ଟିମରେ ମୁତୟନ କରାଯାଇଥିଲା।

ପାଣ୍ଡେୟଙ୍କୁ ହାଲକା ଜ୍ୱର ଥିଲା ଏବଂ ପରେ କାଶ ହେବାରୁ ମେ’ ୨୬ରେ ତାଙ୍କର ନମୁନା ପରୀକ୍ଷଣ କରାଗଲା। ମେ’୨୮ ରେ ରିପୋର୍ଟ ଆସିବା ପରେ ସେ କୋଭିଡ୍-୧୯ ଆକ୍ରାନ୍ତ ବୋଲି ସ୍ପଷ୍ଟ ହେଲା। ଏହାପରେ ତାଙ୍କୁ ଆର୍ମୀ ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ଚାଲିଥିବା ଭିତରେ ଶନିବାର ତାଙ୍କ ମୃତ୍ୟୁ ଘଟିଛି। ସେ ମୂଳତଃ ମଧ୍ୟପ୍ରଦେଶର ବାସିନ୍ଦା ଅଟନ୍ତି।

ଏଠାରେ ପ୍ରକାଶ ଥାଉ କି, ଦିଲ୍ଲୀ ପୁଲିସରେ ବର୍ତ୍ତମାନ ସୁ୍ଦ୍ଧା ୫୦୦ରୁ ଉର୍ଦ୍ଧ୍ୱ ପୁଲିସ କର୍ମୀ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଅନେକ ଆଇପିଏସ ଏବଂ ଇନସ୍ପେକ୍ଟର ମଧ୍ୟ ରହିଛନ୍ତି।

ଶନିବାର ଦିଲ୍ଲୀରେ କୋଭିଡ୍-୧୯ର ୧୧୬୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ଏହା ସବୁଠାରୁ ବଡ଼ ସଂଖ୍ୟା। ଏହାପରେ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ଛୁଇଁଛି। ତେବେ ୪୧୬ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।



from Odisha Reporter https://ift.tt/2Xl8xTf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages