ସୁରତରୁ ଗଞ୍ଜାମ ଆସିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲେଣି ୩ଟି ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

ସୁରତରୁ ଗଞ୍ଜାମ ଆସିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲେଣି ୩ଟି ବସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକ୍‌ଡାଉନ୍‌ ଅବଧି ବଢ଼ି ବଢ଼ି ଯାଉଥିବା ବେଳେ ଦେଶର ଅନ୍ୟାନ୍ୟ ରାଜ୍ୟରେ ରହିଥିବା ଶ୍ରମିକ ଶ୍ରେଣୀର ଲୋକେ ସବୁଠୁ ଅଧିକ ହଇରାଣ ହେଉଛନ୍ତି। ତେଣୁ ସେମାନଙ୍କୁ ରାଜ୍ୟକୁ ଫେରାଇ ଅଣାଯାଉଛି। ଏହି କ୍ରମରେ ଗୁଜରାଟର ସୁରତରେ ରହୁଥିବା ଅନେକ ପ୍ରବାସୀ ଓଡ଼ିଆ ନିଜ ନିଜ ଗାଁକୁ ଫେରି ଆସୁଛନ୍ତି। ବିଶେଷ କରି ସେଠାରେ ଗଞ୍ଜାମ ଜିଲ୍ଲାର ବହୁ ଲୋକ ରହୁଛନ୍ତି। ସେମାନେ ଏବେ ବସ୍ ଯୋଗେ ସେଠାରୁ ଫେରୁଛନ୍ତି। କିନ୍ତୁ ଦୁଇ ଦିନରେ (ଗତକାଲି ଓ ଆଜି) ସୁରତରୁ ଗଞ୍ଜାମ ଅଭିମୁଖେ ଆସୁଥିବା ବେଳେ ତିନିଟି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇସାରିଲେଣି।

ଗତକାଲି ସନ୍ଧ୍ୟାରେ ପ୍ରଥମ ଦୁର୍ଘଟଣା ଘଟିଥିଲା କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ। ୬୦ ଜଣ ଲୋକଙ୍କୁ ନେଇ ସୁରତରୁ ଗଞ୍ଜାମ ଅଭିମୁଖେ ଯାଉଥିବା ପଟେଲ ନାମକ ଏକ ଘରୋଇ ବସ୍ କଳିଙ୍ଗା ଘାଟିର ପାହାଡ଼ରେ ପିଟି ହୋଇଥିଲା। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଜି.ଉଦୟିଗିରି, ଟିକାବାଲି ଓ ଫିରିଙ୍ଗିଆରୁ ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ବୁଗୁଡ଼ାର ଚିତ୍ତରଞ୍ଜନ ସେଠୀଙ୍କର ମୃତ୍ୟୁ ହୋଇସାରିଥିଲା। ସେହିପରି ସନ୍ତୋଷ ସେଠୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ୧୦୮ ଆମ୍ୱୁଲାନ୍ସରେ ଭଞ୍ଜନଗର ମେଡିକାଲ୍‌କୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ଆଜି ସକାଳେ ଏଠାରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ସୁରତରୁ ଗଞ୍ଜାମ ଅଭିମୁଖେ ଯାଉଥିଲା। ଏହି ବସ୍‌ରେ ୩ ମହିଳାଙ୍କ ସମେତ ୫୭ ଜଣ ଯାତ୍ରୀ ଥିଲେ। ତେବେ ଡ୍ରାଇଭର ସହିତ ଆଉ ଦୁଇ ଜଣ ସାମାନ୍ୟ ଆହତ ହୋଇଥିଲେ।

ଅନ୍ୟପକ୍ଷରେ ସୁରତରୁ ଗଞ୍ଜାମ ଆସିବା ବାଟରେ ଆଜି ସକାଳେ ମହାରାଷ୍ଟ୍ରର ନାଗପୁର ନିକଟରେ ଜାତୀୟ ରାଜପଥରେ ଆଉ ଏକ ବସ୍ ଓଲଟି ପଡ଼ିଥିଲା। ବସ୍‌ ସାମ୍ନାକୁ ହଠାତ୍ କୌଣସି ବନ୍ୟଜନ୍ତୁ ଚାଲି ଆସିବାରୁ ଏହା ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ବସ୍‌ରେ ୫୦ ଜଣ ଯାତ୍ରୀ ଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

ଏହି ତିନୋଟି ଦୁର୍ଘଟଣା ମଧ୍ୟରୁ ଦୁଇଟି କନ୍ଧମାଳର କଳିଙ୍ଗା ଘାଟିରେ ଘଟିଥିବାରୁ ସୁରତରୁ ଗଞ୍ଜାମ ଅଭିମୁଖେ ଆସୁଥିବା ବସ୍ ଗୁଡ଼ିକା ରୁଟ୍ ବଦଳାଇବା ନେଇ ସ୍ଥିର କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆଜି ଏ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଫୁଲବାଣୀ ଦେଇ ଗଞ୍ଜାମ ଯିବାକୁ ହେଲେ କଳିଙ୍ଗା ଘାଟି ଅତିକ୍ରମ କରିବାକୁ ହେବ। ଏହା ଏକ ସାଂଘାତିକ ଘାଟି। ସୁରତରୁ ଆସୁଥିବା ଡ୍ରାଇଭରମାନେ ଏହି ଘାଟି ସହିତ ଅଭ୍ୟସ୍ତ ନୁହନ୍ତି। ତେଣୁ ଦୁର୍ଘଟଣା ଘଟୁଛି। ଏଣୁ ସୁରତରୁ ଆସୁଥିବା ବସ୍‌ ଗୁଡ଼ିକ ବୌଦ୍ଧ-ଚାରିଛକ-ମାଧପୁର-ନୟାଗଡ଼-ଓଡ଼ଗାଁ ଦେଇ ଗଞ୍ଜାମ ଯିବ।



from Odisha Reporter https://ift.tt/2WnmWfM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages