ହାଇଦ୍ରାବାଦ: ସେ ଦିନେ ଆଦିବାସୀ ବହୁଳ ତେଲେଙ୍ଗାନା-ଛତିଶଗଡ଼ ସୀମାରେ ଭୟର ସଂଚାର କରୁଥିଲେ। କେବଳ ବନ୍ଧୁକର ଭାଷା ବୁଝୁଥିଲେ। ଆଜି କିନ୍ତୁ ପୂରା ଓଲଟା। ସେ ଏବେ ସେବାର ମୂର୍ତ୍ତିମନ୍ତ ପ୍ରତୀକ। ଆତ୍ମସମର୍ପଣ କରିବା ପରେ ସେ ଏବେ ବିଧାୟକ। ରବିବାର ଦୁର୍ଗମ ଅଞ୍ଚଳରେ ସେ ୧୬ କିଲୋମିଟର ଚାଲି ଚାଲି ଯାଇ ଜରୁରୀକାଳୀନ ସାମଗ୍ରୀ ପହଞ୍ଚାଇଛନ୍ତି। ଏହାପରେ ଏବେ ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଦାନସାରୀ ଅନସୂୟା ବା ସମସ୍ତଙ୍କ ଆଦରର ସୀତାକ୍କା (ବଡ଼ ଭଉଣୀ)।
ଇଏ ବି ଜଣେ ନେତା, ଇଏ ବି ଜଣେ ବିଧାୟକ
ଆପଣ ଭାବୁଥିବେ ଜଣେ ପ୍ରବାସୀ ଶ୍ରମିକ ଗାଁକୁ ଫେରୁଛନ୍ତି। କିନ୍ତୁ ପ୍ରକୃତରେ ଇଏ ଜଣେ ବିଧାୟକ। ଲକ୍ଡାଉନ୍ରେ ହନ୍ତସନ୍ତ ଲୋକଙ୍କ ପାଖରେ ନିଜେ ପହଞ୍ଚିଯାଇଛନ୍ତି। ନାଁ ତାଙ୍କର ଦାନସାରୀ ଅନସୂୟା ଓରଫ ସୀତାକ୍କା। ସେ ପୂର୍ବରୁ ନକ୍ସଲଙ୍କ ସହ ସାମିଲ ହୋଇଥିଲେ ଏବଂ ଛତିଶଗଡ଼-ତେଲେଙ୍ଗାନା ସୀମାରେ ସକ୍ରିୟ ଥିଲେ। କିନ୍ତୁ ସେ ଆତ୍ମସମର୍ପଣ କରିବା ପରେ ତାଙ୍କ ଭାଗ୍ୟବ ବଦଳି ଯାଇଥିଲା। ସେ ବର୍ତ୍ତମାନ କଂଗ୍ରେସର ମହିଳା ୟୁନିଟ୍ରେ ପ୍ରମୁଖ ସଦସ୍ୟ। #Danasari #Anasuya #Seethakka
Odisha Reporter यांनी वर पोस्ट केले रविवार, ३ मे, २०२०
ରବିବାର ତାଙ୍କ ସହିତ ଥିଲା ଚାଉଳ ଓ ପରିବା ପରି ସାମଗ୍ରୀ। ଆଉ ସାମ୍ନାରେ ଥିଲା ଝରଣା ଓ ଛୋଟ ପାହାଡ଼ ଭରା ଦୁର୍ଗମ ରାସ୍ତା। ସାଙ୍ଗରେ ଥିଲେ ସ୍ଥାନୀୟ ଜିଲ୍ଲା କଂଗ୍ରେସ ସଭାପତି ଏବଂ ସବ୍ ରେଜିଷ୍ଟ୍ରାର। ସେ ଜିନିଷ ନେଇ ପହଞ୍ଚିଥିବା ସ୍ଥାନରେ ୧୫ଟି ଗୋଟ୍ଟି କୋୟା ପରିବାର ରହୁଛନ୍ତି। କରୋନା ମହାମାରୀ ଜନିତ ଲକ୍ଡାଉନ୍ କାରଣରୁ ଏମାନଙ୍କ ନିଟରେ ଖାଦ୍ୟ ସାମଗ୍ରୀ ପହଞ୍ଚିବାରେ ସମସ୍ୟା ହେଉଥିଲା।
ସୀତାକ୍କା ମୁଲୁଗୁ ନିର୍ବାଚନ ମଣ୍ଡଳୀର ବିଧାୟକ। ଏହା ତେଲେଙ୍ଗାନାର ସର୍ବବୃହତ ନିର୍ବାଚନ ମଣ୍ଡଳୀ, ଯେଉଁଠାରେ ସମସ୍ତ ବ୍ଲକ୍ ଘଞ୍ଚ ଜଙ୍ଗଲ ଏବଂ ଅପହଞ୍ଚ ଇଲାକାରେ ଭରପୁର। ଏସବୁରେ ପହଞ୍ଚିବା ପାଇଁ ସେ ଟ୍ରାକ୍ଟର, ଶଗଡ଼ ଏବଂ ପାଦରେ ଚାଲିକରି ଯିବାକୁ ପଡ଼େ। ୬ ଥର ଏନ୍କାଉଣ୍ଟରକୁ ସାମ୍ନା କରିଥିବା ସୀତକ୍କା ଆତ୍ମସମର୍ପଣ ପରେ ଆଇନ ପାଠ ପଢ଼ିଥିଲେ ଏବଂ କିଛି ଦିନ ୱାରାଙ୍ଗାଲରେ ପ୍ରାକ୍ଟିସ୍ କରିଥିଲେ। ଏହାପରେ ସେ ୨ ଥର ବିଧାୟକ ହୋଇସାରିଲେଣି। ସେ ଆନ୍ଧ୍ରପ୍ରଦେଶ କଂଗ୍ରେସ ସହ ଜାତୀୟ ସ୍ତରରେ ମଧ୍ୟ ପ୍ରମୁଖ ଦାୟିତ୍ୱ ତୁଲାଇ ସାରିଛନ୍ତି।
from Odisha Reporter https://ift.tt/2WqelJ9
No comments:
Post a Comment