୩ ଲକ୍ଷ ମୁହାଁ ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା, ଆମେରିକା ସ୍ଥିତି ସବୁଠୁ ଖରାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 13, 2020

୩ ଲକ୍ଷ ମୁହାଁ ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା, ଆମେରିକା ସ୍ଥିତି ସବୁଠୁ ଖରାପ

ୱାଶିଂଟନ: ଚାଇନାର ଉହାନରୁ ପ୍ରଥମେ ଚିହ୍ନଟ ହୋଇଥିବା ମହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱକୁ କଲବଲ କରୁଛି। କରୋନାରେ ଆକ୍ରାନ୍ତ ହୋଇ ଦୈନିକ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ଏବେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷର ନିକଟତର ହୋଇଛି।

ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁ ବିଶ୍ୱରେ ୨,୯୮,୧୭୪ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୨୯,୭୪୪ରେ ପହଞ୍ଚି ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଯାଏ ୧୬,୫୯,୭୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କରୋନା ଯୋଗୁ ଆମେରିକା ସ୍ଥିତି ସବୁଠାରୁ ଜଟିଳ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୦,୩୪୮ ଥିବା ବେଳେ ମୃତ୍ୟୁସଂଖ୍ୟା ୮୫ ହାର ପାର କରିଛି। ଆମେରିକା ପଛକୁ ମୃତ୍ୟୁସଂଖ୍ୟା ତାଲିକାରେ ବ୍ରିଟେନ ରହିଛି। ବ୍ରିଟେନରେ ଏବେ ସୁଦ୍ଧା ୩୩,୧୮୬ ଜଣଙ୍କ ମୁଣ୍ଡ କରୋନା ନେଇସାରିଛି।

ଇଟାଲୀ, ଫ୍ରାନ୍ସ, ସ୍ପେନ ଓ ରୁଷ ଭଳି ଦେଶଗୁଡ଼ିକ ମଧ୍ୟ କରୋନା ଦାଉରେ କଲବଲ ହେବାରେ ଲାଗିଛନ୍ତି। ରୁଷରେ ହୁହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। କିଛି ସପ୍ତାହ ତଳେ କରୋନାର ଭୟଙ୍କର ରୂପ ଦେଖିଥିବା ଇଟାଲୀ ସ୍ଥିତିକୁ ମଧ୍ୟ ରୁଷ ପାର କରିଯାଇଛି।

ଏବେ ରୁଷରେ ବିଶ୍ୱର ତୃତୀୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ୨,୪୨,୨୭୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୨୨୧୨ ଜଣଙ୍କ ମୃତ୍ୟୁ ଘଟିଛି। ମାତ୍ର ୪୮,୦୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରୁଷ ଉପରେ ସ୍ପେନ ରହିଛି। ସ୍ପେନରେ ୨୭,୧୦୪ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୧୦୯୫ ରହିଛି।

ଇଟାଲୀରେ ୩୧,୧୦୬, ବ୍ରାଜିଲରେ ୧୩,୨୪୦, ଫ୍ରାନ୍ସରେ ୨୭,୦୭୪, ଜର୍ମାନୀରେ ୭,୮୬୧, ତୁର୍କୀରେ ୩,୯୫୨, ଇରାନରେ ୬,୭୮୩, ଚାଇନାରେ ୪,୬୩୩ ଓ ଭାରତରେ ୨୫୪୯ ଜଣଙ୍କ ମୁଣ୍ଡ ନେଇଛି କରୋନା। କରୋନା ଯୋଗୁ କ୍ଷତିଗ୍ରସ୍ତ ଦେଶଗୁଡ଼ିକ ତାଲିକାରେ ଭାରତ ୧୨ ନମ୍ବର ସ୍ଥାନରେ ରହିଛି।



from Odisha Reporter https://ift.tt/3fMa8bN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages