୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 13, 2020

୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବତ

ନରସିଂହପୁର(ଦିଲ୍ଲୀପ ପଣ୍ଡା): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ବେଆଇନ କେନ୍ଦୁପତ୍ର ଚୋରା କାରବାର ନେଇ ସୂଚନା ପାଇ ବନବିଭାଗ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ପତ୍ର ଜବତ କରିଛି।

ରଣସିଂହପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗାଁରେ ଥିବା କୁସାଙ୍ଗୀ ତଇଲା ଏବଂ କାନପୁର ଥାନା ଅନ୍ତର୍ଗତ ରଂଗଡ଼ବା ଗାଁର ମାଳୁଆଦିହରେ ବେଆଇନ କେନ୍ଦୁପତ୍ର ଚୋରା କାରବାର ନେଇ ବନବିଭାଗ  ସୂଚନା ପାଇଥିଲା ।  ଏହାପରେ ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କାଙ୍କ ନିର୍ଦ୍ଦେଶରେ ଆଠଗଡ଼ ଓ  ନରସିଂହପୁର ବନ ବିଭାଗ କର୍ମଚାରୀ ମିଳିତ ଭାବେ ଗତକାଲି ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ଚୋରା କେନ୍ଦୁପତ୍ର ଜବତ କରିଥିଲେ। ଜବତ କେନ୍ଦୁପତ୍ରର  ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ତେବେ ଜବତ ହୋଇଥିବା କେନ୍ଦୁପତ୍ରକୁ ନରସିଂହପୁରଠାରେ ଥିବା କେନ୍ଦ୍ରୀୟ କେନ୍ଦୁପତ୍ର ଗୋଦାମକୁ ବନ ବିଭାଗ ହସ୍ତାନ୍ତର କରିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ।



from Odisha Reporter https://ift.tt/2WPCHMO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages