ତେଲକୋଇ (ଚିନ୍ମୟ କୁମାର ସାହୁ): ବାପାମା’ ଝଗଡ଼ା ଲାଗିବାରୁ ଜଣେ ୧୦ ବର୍ଷର ନାବାଳିକା ପାଖରେ ରହୁଥିବା ସମ୍ପର୍କୀୟ ମାମୁଙ୍କ ଘରେ ରାତିରେ ଶୋଇଥିଲେ। କିନ୍ତୁ ସେଠାରେ ସମ୍ପର୍କୀୟ ମାମୁ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରୁ। ନାବାଳିକାଙ୍କ ବାପା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୧୨ ତାରିଖର ରାତିରେ ଏହି ନାବାଳିକାଙ୍କ ବାପା ଓ ମା’ଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଫଳରେ ସେ ସମ୍ପର୍କୀୟ ମାମୁଙ୍କ ଘରକୁ ଶୋଇବାକୁ ଚାଲି ଯାଇଥିଲେ। ଅଭିଯୁକ୍ତଙ୍କ ମା’ ହିଁ ତାଙ୍କୁ ତାଙ୍କ ଘରେ ଶୋଇପଡ଼ିବାକୁ କହିଥିଲେ। ତେବେ ଶୋଇଥିବା ବେଳେ ସମ୍ପର୍କୀୟ ମାମୁ ତାଙ୍କୁ ଦୁଷ୍କର୍ମ କରିଥିଲେ। ସକାଳେ ନାବାଳିକା ଜଣଙ୍କ ଏ କଥା ତାଙ୍କ ଘରେ କହିଥିଲେ।
ନାବାଳିକାଙ୍କ ବାପା ଏତଲା ଦେବା ପରେ ତେଲକୋଇ ଥାନା ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଓ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚେଷ୍ଟା ଜାରି ରଖିଛି।
from Odisha Reporter https://ift.tt/2TaFi30
No comments:
Post a Comment