ଅସମୟରେ ସାହା ହେଲେ ଘର ମାଲିକ; ଭଡ଼ା ଛାଡ଼ କଲେ, ବସ୍ତାଏ ଚାଉଳ ବି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

ଅସମୟରେ ସାହା ହେଲେ ଘର ମାଲିକ; ଭଡ଼ା ଛାଡ଼ କଲେ, ବସ୍ତାଏ ଚାଉଳ ବି ଦେଲେ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): କରୋନା ଭଳି ମହାମାରୀ ସମୟରେ ଲୋକେ କାମଧନ୍ଦା ନ ପାଇ ଘରେ ବସିଛନ୍ତି। ଏପରି ସମୟରେ ପରିବାର ଲୋକଙ୍କ ମୁହଁରେ ଦାନା ଦେବା କାଠିକର ପାଠ ହୋଇ ପଡ଼ିଥିବା ବେଳେ ଘର ମାଲିକଙ୍କ ଜୁଲମ ମଧ୍ୟ ସହିବାକୁ ପଡ଼ୁଛି। କିଏ ଠିକ୍‌ ସମୟରେ ଭଡ଼ା ମାଗୁଛି ତ କିଏ ଘର ଖାଲି କରିବାକୁ ଧମକ ଦେଉଛି।

ଏପରି ଦୁଃସମୟରେ କିନ୍ତୁ ଭଡ଼ାରେ ଥିବା ପରିବାରଙ୍କ ପାଇଁ ଉଦାହାରଣ ସାଜିଛନ୍ତି ବ୍ରହ୍ମପୁର ସହରର ମୁରଲି ମୋହନ ଆଚାର୍ଯ୍ୟ। ତାଙ୍କ ଘରେ ୧୨ ପରିବାର ଭଡ଼ାରେ ରୁହନ୍ତି। କିନ୍ତୁ ୨ ପରିବାର ଗାଁକୁ ପଳାଇଥିବାରୁ ଅବଶିଷ୍ଟ ସମସ୍ତଙ୍କୁ ଭଡ଼ା ଛାଡ଼ କରିବା ସହ ଗୋଟିଏ ଲେଖାଏ ଚାଉଳ ପ୍ୟାକେଟ ଦେଇଛନ୍ତି ମୁରଲି। ଏହି କଥା ଜଣାପଡ଼ିବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳ ମୁରଲିଙ୍କୁ  ଉପଢ଼ୌକନ ଦେଇ ସମ୍ମାନୀତ କରିଛନ୍ତି।  ଜିଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ  କାର୍ଯ୍ୟାଳୟରୁ ମଧ୍ୟ  ଟୁଇଟ୍ ଯୋଗେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

ମୁରଲିଙ୍କ ଘରେ ୧୨ ପରିବାର ଭଡ଼ାରେ ରୁହନ୍ତି। ସମସ୍ତେ ଗରୀବ ଶ୍ରେଣୀର ହୋଇଥିବା ବେଳେ  ସକାଳୁ ଖଟିବାକୁ ଯାଇ ଯାହା ରୋଜଗାର କରନ୍ତି ସେଥିରେ ପରିବାର ପେଟ ପୋଷନ୍ତି। ହେଲେ ଲକଡାଉନ୍‌ ହେତୁ ମାସେରୁ ଊର୍ଦ୍ଧ୍ୱ ସମୟ ହେବ କାମକୁ ଯାଇ ନ ପାରି ବହୁ ଦୁର୍ଦ୍ଦିନରେ ସମୟ କାଟୁଛନ୍ତି। ଏପରିକି ନିଜ ଛୁଆଙ୍କ ଲାଗି ଖାଇବା  ଯୋଗାଡ଼ କରିବା କାଠିକର ପାଠ ହୋଇପଡ଼ୁଛି। ଏପରି ସମୟରେ ଘରଭଡ଼ା କିପରି ଦେବେ ସେ ଚିନ୍ତା ମଧ୍ୟ ସେମାନଙ୍କୁ ଘାରୁଥିଲା।

ଏଠାରେ ଥିବା ଭଡ଼ାଟିଆଙ୍କ ଅବସ୍ଥା ଭଲ ନାହିଁ। କାମକୁ ଯାଇପାରୁ ନାହାନ୍ତି। ଘର ଭଡ଼ା ଦେବେ କଣ ନିଜ ପାଖରେ ଖାଇବାକୁ ନାହିଁ। ତେଣୁ  ପ୍ରତି ପରିବାରକୁ ଘର ଭଡ଼ା ଛାଡ଼ ସହ ଚାଉଳ ବସ୍ତା ମଧ୍ୟ ଦେଇଥିବା କହିଛନ୍ତି ମୁରଲି।  ଏପରି ସାହାଯ୍ୟ ପାଇ ଭଡ଼ାଟିଆଙ୍କ ଖୁସି ମଧ୍ୟ କହିଲେ ନ ସରେ।



from Odisha Reporter https://ift.tt/3dYVYCD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages