ଗତ ୨୪ ଘଣ୍ଟାରେ କରୋନା ନେଲାଣି ୧୯୫ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 4, 2020

ଗତ ୨୪ ଘଣ୍ଟାରେ କରୋନା ନେଲାଣି ୧୯୫ ଜୀବନ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୯ଶହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି।  ସମଗ୍ର ଦେଶରେ ଗତ କାଲି ଗୋଟିଏ ଦିନରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ସର୍ବାଧିକ ବୋଲି ଜଣାଯାଇଛି।

ଏବେ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି । ଏହା ଭିତରୁ ଆକ୍ଟିଭ କେସ୍‌ ସଂଖ୍ୟା ରହିଛି ୩୨ ହଜାର ୧୩୮ । ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ହଜାର ୭୨୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୫୬୮କୁ ବଢ଼ିଛି ।

ମହାରାଷ୍ଟ୍ରରେ କେବଳ ୧୪ ହଜାର ୫୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ୫୮୩ ଛୁଇଁଛି । ସେହିଭଳି ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୮୦୪ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୩୧୯କୁ ବଢ଼ିଛି । ଦିଲ୍ଲୀରେ ୪ ହଜାର ୮୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ ଯେ,  କରୋନା ଯୋଗୁ ସମଗ୍ର ବିଶ୍ୱରେ  ୩୬ ଲକ୍ଷ  ୪୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଅଢ଼େଇ ଲକ୍ଷ ଲୋକଙ୍କ ଜୀବନ ଗଲାଣି।  ହେଲେ ସବୁଠୁ ଆଶ୍ୱସ୍ତିକର ଖବର ହେଉଛି ଏ ଯାଏ ୧୧ ଲକ୍ଷ ୯୫ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।

ତେବେ ଆମେରିକାରେ କରୋନା ସ୍ଥିତି ଗମ୍ଭୀର ରହିଛି । କେବଳ ଆମେରିକାରେ ୧୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୬୯ ହଜାର ଅତିକ୍ରମ କରିଛି । ସେହିଭଳି ସ୍ପେନ, ଇଟାଲୀ, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ସ୍ପେନରେ ମୃତ୍ୟୁ ସଂଖ୍ୟା ୨୫ ହଜାର ପାର୍ କରିଥିବାବେଳେ ଇଟାଲୀରେ ଏହି  ସଂଖ୍ୟା ୨୯ ହଜାର ୭୯ ଛୁଇଁଛି ।



from Odisha Reporter https://ift.tt/2SCnuNK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages