କ୍ୱରେଣ୍ଟାଇନ୍‌ ସେଣ୍ଟରରୁ ଚମ୍ପଟ ମାରିଥିଲେ; ଧରିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 4, 2020

କ୍ୱରେଣ୍ଟାଇନ୍‌ ସେଣ୍ଟରରୁ ଚମ୍ପଟ ମାରିଥିଲେ; ଧରିଲା ପୁଲିସ୍‌

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ସହରସ୍ଥିତ ବିଟିଏମ୍‌ ସ୍କୁଲ ପରିସରରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିବା ଜଣେ ଯୁବକଙ୍କୁ ଧରିଲାପୁଲିସ୍‌ । ଗତକାଲି ଭୋରରେ ଯୁବକଜଣକ କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲେ। ଆଜି ଭୋରରେ ଝାରସୁଗୁଡ଼ା ପୁଲିସ୍ ତାଙ୍କୁ ବଢ଼େଇମୁଣ୍ଡାରୁ ଧରି କ୍ୱାରେଣ୍ଟାଇନ ସେଣ୍ଟରକୁ ଆଣିଛି।

୧୦ ଦିନ ତଳେ ସଂପୃକ୍ତ ଯୁବକ ରାଉରକେଲା ନାଲାରୋଡ୍‌ ଅଞ୍ଚଳରୁ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲେ। ଏ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୁଲିସ୍‌ ସମ୍ପୃକ୍ତ ଯୁବକକୁ ନେଇ ବିଟିଏମ ସ୍କୁଲ ପରିସରରେ ଥିବା  କ୍ଟାରେଣ୍ଟାଇନ ସେଣ୍ଟରରେ ରଖିଥିଲା। ଏଥିସହ ତାଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା। ହେଲେ ଗତକାଲି ଯୁବକଜଣକ  ଫେରାର ହୋଇଯାଇଥିଲେ।।

ତେବେ ସଂପୃକ୍ତ ଯୁବକ ଜଣକ ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳର । ଏକ ଅପରାଧରେ ସମ୍ପୃକ୍ତି ଅଭିଯୋଗରେ ଧନୁପାଲି ପୁଲିସ୍ ପାଇଁ ସେ ମୋଷ୍ଟ ୱାଣ୍ଟେଟ୍‌ ଥିବା ଜଣାପଡ଼ିଛି।



from Odisha Reporter https://ift.tt/35vYrkM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages