ଭଦ୍ରକ ଜିଲ୍ଲାରେ ବି ଲାଗୁ ହେଲା କର୍ଫ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

ଭଦ୍ରକ ଜିଲ୍ଲାରେ ବି ଲାଗୁ ହେଲା କର୍ଫ୍ୟୁ

ଭଦ୍ରକ (ପାର୍ଥସାରଥୀ ନାୟକ): ରେଡ୍‌ ଜୋନ୍‌ରେ ଥିବା ଭଦ୍ରକ ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟୁ ଜାରି ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂକ୍ୟା ୨୧ ଛୁଇଁଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା।

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ୩.୦ ନିୟମାବଳୀ ଆଧାରରେ ରାତିବେଳେ ଯା’ଆସ ମନା ଥିବାରୁ ଗତକାଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କର୍ଫ୍ୟୁ ଲଗାଯାଇଥିଲା। ସେଠାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଛି। ଏବେ ଏହି ଜିଲ୍ଲା ଗ୍ରୀନ୍‌ ଜୋନରେ ଥିବାରୁ ଲୋକେ ରାତିରେ ବୁଲାବୁଲି କରିବା ଆଶଙ୍କା ରହିଛି। ଏଣୁ ଏହାକୁ ରୋକିବା ଲାଗି ରାତିବେଳା କର୍ଫ୍ୟୁ ଲଗାଯାଇଛି ବୋଲି ଗତକାଲି ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର କହିଥିଲେ। ଲକ୍‌ଡାଉନ୍‌ ଅବଧି ସରିବା ଯାଏ ଏହି କର୍ଫ୍ୟୁ ବଳବତ୍ତର ରହିବ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସନ୍ଧ୍ୟା ୭ଟାଠାରୁ ସକାଳେ ୭ଟା ଯାଏ ବାହାରକୁ ନବାହାରିବାକୁ ଲୋକଙ୍କୁ କୁହାଯାଇଛି। ଅତ୍ୟାବଶକୀୟ କାମ ନଥାଇ ଲୋକେ ବାହାନା କରି ବାହାରକୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।



from Odisha Reporter https://ift.tt/3fjAce4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages