ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହି ଦୋକାନରେ ମଦ ବେପାର ! କିଏ କାହିଁକି ବିଶ୍ୱାସ କରିବ ? କିନ୍ତୁ ଏମିତି ଏକ ଘଟଣାର ଆଜି ପର୍ଦ୍ଦାଫାଶ ହୋଇଛି। ଘଟଣାଟି ନୟାଗଡ଼ ଜିଲ୍ଲା ଇଟାମାଟିର।
ଏଠାରେ ‘ଜ୍ଞାନ ମନ୍ଦିର’ ନାମରେ ଏକ ବହି ଦୋକାନ ଅଛି। ଗୋଟିଏ ସାଧାରଣ ବହି ଦୋକାନ ଯେମିତି ଦେଖାଯାଏ, ଏହା ବି ଠିକ୍ ସେମିତି ଦେଖାଯାଉଥିଲା। କିନ୍ତୁ ବହି ବଦଳରେ ଏଠାରେ ଲକ୍ଡାଉନ୍ ବେଳେ ଚାଲିଥିଲା ଚୋରା ମଦ ବେପାର। ସୂଚନା ଅନୁଯାୟୀ, ଗ୍ରାହକମାନେ ଏଠାରେ ନିଜ ମନପସନ୍ଦର ମଦ ବ୍ରାଣ୍ଡ ଅର୍ଡର ଦେଇ ନେଉଥିଲେ। ଏମିତିକି ଦୋକାନୀ ଜଣଙ୍କ କହୁଥିଲେ, ଯେତେ କହିବ ସେତେ ମିଳିବ। ପେଟି ପେଟି ବି ମିଳିବ। ରାତି ୭ଟାରୁ ସକାଳ ୬ଟା ଭିତରେ ସେ ନିଜର ଏହି ଚୋରା ବେପାର ଚଲାଇଥିଲେ। ତେବେ ଘଟଣା ପ୍ରଘଟ ହେବା ପରେ ପୁଲିସ୍ ତାଙ୍କୁ ଉଠାଇ ନେଇଛି। ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ତାଙ୍କ ନାଁ ଅଭିଜିତ୍ ସାହୁ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଜାରି ପରେ ଗତକାଲି ଠାରୁ କିଛି ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ଆମ ରାଜ୍ୟରେ ମଦ ଦୋକାନ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇ ନଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥିତିର ତର୍ଜମା କରାଯାଇ ଏ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2YGMEhY
No comments:
Post a Comment