ରାଉରକେଲା(ପବନ ତିୱାରୀ): ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଭାବେ ଗତ ମାସ ୨୬ ତାରିଖରେ ଘୋଷଣା କରାଯାଇ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା। ମାସେ ପରେ କିଛି ଅଞ୍ଚଳକୁ ଛାଡ଼ି ଆଜି ବହୁ ସ୍ଥାନରୁ ବଫର ଜୋନ ଓ କଣ୍ଟେନମେଣ୍ଟ ଜୋନ ଆଦେଶ ପ୍ରତ୍ୟାହାର କରାଯିବା ସହ କଟକଣା ପ୍ରତ୍ୟାହାର କରିନିଆଯାଇଛି। ଆଜି ସକାଳ ୬ଟାରୁ ଏହି ଆଦେଶ କାର୍ଯ୍ୟକାରୀ ହୋଇଥିବା ରାଉରକେଲା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ, ମେନ ରୋଡର ଡାହାଣ ପାର୍ଶ୍ଵରେ କଣ୍ଟେନମେଣ୍ଟ ଜୋନରେ ଥିବା ଅଞ୍ଚଳରେ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଜନତା ନିବାସ ଛକ ଠାରୁ ଆନନ୍ଦ ଭବନ ଛକ ମଧ୍ୟରେ ମୁଖ୍ୟ ରାସ୍ତାକୁ ସମ୍ମୁଖ କରି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ।
ଏହିସବୁ ଅଞ୍ଚଳରେ ପଜିଟିଭ କେଶ ବାହାରିଥିବାରୁ ଏବଂ ତଦନୁଯାୟୀ ଯଥେଷ୍ଟ ସଂଖ୍ୟକ ଲୋକମାନଙ୍କର ସ୍ୱାବ ପରୀକ୍ଷା ହୋଇପାରିନଥିବାରୁ କଣ୍ଟେନମେଣ୍ଟ ଆଦେଶ ବର୍ତ୍ତମାନ ପାଇଁ ବଳବତ୍ତର ରଖାଯିବ ବୋଲି ସ୍ଥିର କରାଯାଇଛି। ଉକ୍ତ ଅଞ୍ଚଳମାନଙ୍କରେ ରହୁଥିବା ଜନସାଧାରଣ ସ୍ୱାବ ପରୀକ୍ଷା ଲାଗି ଆଗେଇ ଆସିବା ନିମନ୍ତେ ରାଉରକେଲା ମହାନଗର ନିଗମ କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ନିବେଦନ କରିଛନ୍ତି।
from Odisha Reporter https://ift.tt/2ZyOrX3
No comments:
Post a Comment