ଭଦ୍ରକ(ପାର୍ଥ ସାରଥୀ ନାୟକ): ପୁଣି ସାମ୍ନାକୁ ଆସିଲା ପୁଲିସ୍ର ବର୍ବରତା । କିଛି ଦିନ ପୂର୍ବେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ଜଣେ ବ୍ୟକ୍ତିଙ୍କୁ ଥାନା ଭିତରେ ଗଡ଼ାଇ ଗଡ଼ାଇ ପିଟୁଥିବା ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକରେ। ଏଥର କିନ୍ତୁ ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି ୪, ୫ ପୁଲିସ୍ କର୍ମୀ । ଏହି ଭିଡିଓ ଭାଇରାଲ ହେବା ପରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥିବା ଭଦ୍ରକ ଏସ୍ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଭଦ୍ରକ- ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଥାନା ନିକଟ ରାସ୍ତାରେ ପୁଲିସ୍ର ଏପରି ବର୍ବର କାଣ୍ଡ ଦେଖିବାକୁ ମିଳିଥିଲା। ମାସ୍କ ପିନ୍ଧି ନ ଥିବାରୁ ପୁଲିସ୍ ଦ୍ୱାରା ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ବ୍ୟକ୍ତିଜଣକ । ମହିଳା ଥାନା ଅଧିକାରୀଙ୍କ ଉପସ୍ଥିତିରେ ପୁଲିସ୍ କର୍ମୀମାନେ ଗୋଡ଼ାଇ ଗୋଡ଼ାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଲାଠି ପାହାର କରି ଚାଲିଥିଲେ। ବ୍ୟକ୍ତିଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିବା ବେଳେ ଜଣେ ବ୍ୟକ୍ତି ଟ୍ୱିଟ୍ କରି ପୁଲିସ୍ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ପରେ ନିଜ ଭାବମୂର୍ତ୍ତିକୁ ସଫା କରିବାକୁ ଯାଇ ଏହି ଘଟଣାରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥିବା ଭଦ୍ରକ ଏସ୍ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଅପରପକ୍ଷେ ପୁଲିସ୍ ଲାଠି ମାଡ଼ ଖାଇ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ସଂପୃକ୍ତ ବ୍ୟକ୍ତି ଜଣେ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି ।
A case was registered in Bonth PS for assaulting a Woman Constable during enforcement. Investigation is on. A constable has been placed under suspension for alleged use of excess force while detaining the accused. Enquiry is going on.
— BhadrakPolice (@SpBhadrak) May 25, 2020
from Odisha Reporter https://ift.tt/2XsxQRX
No comments:
Post a Comment