୮୨ ହଜାର ନିକଟରେ ପହଞ୍ଚିଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା, ୨୬୪୯ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

୮୨ ହଜାର ନିକଟରେ ପହଞ୍ଚିଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା, ୨୬୪୯ ମୃତ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଯୋଗୁ ଭାରତର ସ୍ଥିତି ଜଟିଳ ହେବାରେ ଲାଗିଛି। ବର୍ତ୍ତମାନ ଭାରତ ବିଶ୍ୱର କରୋନା ପ୍ରଭାବିତ ତାଲିକାର ୧୨ତମ ସ୍ଥାନରେ ରହିଛି। କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାର ଆକ୍ରାନ୍ତଙ୍କ ସଂଖ୍ୟାକୁ ଅତିକ୍ରମ କରିବାକୁ ବସିଛି ଭାରତ। ଦେଶରେ କ୍ରମାଗତ ୫ ଦିନ ପାଇଁ ୩ ହଜାରରୁ ଅଧିକ ମାମଲା ରେକର୍ଡ କରାଯାଇଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ପାର କରିଛି।

ଗତ ୨୪ ଘଣ୍ଟାରେ ଦେଶରେ ୩୯୬୭ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧୯୭୦ରେ ପହଞ୍ଚିଥିବା ବେଳେ ୨୬୪୯ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା କଥାକୁ ବିଚାରକୁ ନେଲେ ଏଠାରେ ୮୨,୯୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୬୩୩ ଜଣ ପ୍ରାଣ ହରାଇଛନ୍ତି।

ଭାରତରେ ଗତ ୨୪ ଘଣ୍ଟାରେ ଦ୍ୱିତୀୟ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦୁଇ ସପ୍ତାହ ତଳେ ଗୋଟିଏ ଦିନରେ ସର୍ବାଧିକ ୪ ହଜାରରୁ ଅଧିକ ମାମଲା ରେକର୍ଡ କରାଯାଇଥିଲା। ଦେଶରେ ୮୧,୯୭୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୭, ୯୨୦ ଜଣ ସୁସ୍ଥ ହୋଇଛନ୍ତି। ଏହାର ଅର୍ଥ ଦେଶରେ କରୋନା ଆରୋଗ୍ୟ ହାର ୩୪%ରୁ ଅଧିକ ରହିଛି।

କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଗତ ୨୪ ଘଣ୍ଟାରେ ଏଠାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୬୦୨ ନୂଆ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭,୫୨୪ରେ ପହଞ୍ଚି ଯାଇଛି। ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ରାଜ୍ୟରେ ୧ ହଜାର ପାର କରିଛି।

୨୪ ଘଣ୍ଟାରେ ୪୪ ଜଣଙ୍କ ଜୀବନ ଯିବାରୁ ଏଠାରେ ମୋଟ ମୃତ୍ୟୁସଂଖ୍ୟା ୧୦୧୯ ଛୁଇଁଛି। କେବଳ ମୁମ୍ବାଇରେ ୧୬,୭୩୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୨୧ ଜଣଙ୍କ ମୃତ୍ୟୁ ଘଟିଛି। ୨୪ ଘଣ୍ଟାରେ ମୁମ୍ବାଇରେ ୯୯୧ ନୂଆ ମାମଲା ରେକର୍ଡ ହୋଇଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ଘଟିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟରେ ଏଯାଏ ୬,୦୫୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ର ସରକାର ୨,୪୦,୧୪୫ଟି ନମୁନା ପରୀକ୍ଷା କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୨,୧୨,୬୨୧ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି।

ଦ୍ୱିତୀୟ ସ୍ଥାନରେ ଥିବା ଗୁଜରାଟକୁ ତାମିଲନାଡୁ ଅତିକ୍ରମ କରିଯାଇଛି। ତାମିଲନାଡୁ ଏବେ କରୋନା କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୯୬୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୬ ଜଣ ପ୍ରାଣ ହରାଇଛନ୍ତି। ଗୁଜରାଟରେ ୯୫୯୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୮୬ ଜଣଙ୍କ ମୃତ୍ୟୁ ଘଟିଛି। ୪ର୍ଥ ସ୍ଥାନରେ ଥିବା ଦିଲ୍ଲୀରେ ୮୪୭୦ ଆକ୍ରାନ୍ତ ଓ ୧୧୫ ଜଣ ପ୍ରାଣ ହରାଇଛନ୍ତି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୪୮, ଆସାମରେ ୨, ବିହାରରେ ୭, ଚଣ୍ଡିଗଡ଼ରେ ୩, ହରିଆଣାରେ ୧୧, ହିମାଚଳ ପ୍ରଦେଶରେ ୨, ଜମ୍ମୁ-କଶ୍ମୀରରେ ୧୧, ଝାରଖଣ୍ଡରେ ୩, କର୍ଣ୍ଣାଟକାରେ ୩୫, କେରଳରେ ୪, ମଧ୍ୟପ୍ରଦେଶରେ ୨୩୭, ମେଘାଳୟ ୧, ଓଡ଼ିଶା ୩, ପୁଡୁଚେରୀରେ ୧, ପଞ୍ଜାବ ୩୨, ରାଜସ୍ଥାନରେ ୧୨୫, ତେଲେଙ୍ଗାନାରେ ୩୪, ଉତ୍ତରାଖଣ୍ଡରେ ୧, ଉତ୍ତର ପ୍ରଦେଶରେ ୮୮ ଓ ପଶ୍ଚିମବଙ୍ଗରେ ୨୧୫ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/2T6JBfo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages