ଆଜି ରାଜ୍ୟବାସୀ ଗାଇବେ ବନ୍ଦେ ଉତ୍କଳ ଜନନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 29, 2020

ଆଜି ରାଜ୍ୟବାସୀ ଗାଇବେ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କରୋନା ଯୋଦ୍ଧାଙ୍କ ସମ୍ମାନର୍ଥେ ଆଜି ସନ୍ଧ୍ୟା ସାଢେ ୫ଟାରେ ବନ୍ଦେ ଉତ୍କଳ ଜନନୀର ସମୂହ ଗାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ଏମିତିକି କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ବିଦେଶରେ ଥିବା ସବୁ ଓଡିଆ ମଧ୍ୟ ଏହାକୁ ସମୂହ ଭାବେ ଗାନ ପାଇଁ ଅନୁରୋଧ କରାଯାଇଛି  । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡିଆ ଭାଉଭଉଣୀମାନେ ଯେଉଁଠି ବି ଥାଆନ୍ତୁ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ଅନୁରୋଧ କରାଯାଇଛି । ସବୁ ଟ୍ରାଫିକ ବନ୍ଦ ରଖିବା ପାଇଁ ବି ଅନୁରୋଧ କରାଯାଇଛି ।  ଏହି କାର୍ଯ୍ୟକ୍ରମକୁ ପାଳନ କରିବା ଲାଗି ଗତ କାଲିଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛି  କମିଶନରେଟ୍ ପୁଲିସ୍‌। ଏଥିପାଇଁ ଗତକାଲି କମିଶନରେଟ୍ ପୁଲିସ୍‌ ମୁଖ୍ୟାଳୟରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତର ଅଭ୍ୟାସ କରାଯାଇଥିଲା ।

କମିଶନରେଟ୍ ପୁଲିସ୍‌ ବ୍ୟାଣ୍ଡ ପକ୍ଷରୁ ଏହି ଗୀତ ଅଭ୍ୟାସ କରାଯାଇଥିଲା ।  ଏହି ଅବସରରେ ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ପୂର୍ବତଟ ରେଳପଥ ପକ୍ଷରୁ ମଧ୍ୟ ଏଥିନିମନ୍ତେ ପ୍ରସ୍ତୁତି କରାଯାଇଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ, ରେଳ କାର୍ଯ୍ୟାଳୟ, ରେଳ କଲୋନୀ ଯେଉଁଠି ସମବେଦ ଗାୟନ କରାଯାଇପାରିବ, ସେଠାରେ ଗାନ କରିବାକୁ ପୂର୍ବତଟ ରେଲେଓ୍ୱ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।



from Odisha Reporter https://ift.tt/3ewabXJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages