ଚିହ୍ନଟ ହେଲେ ୬୩ କରୋନା ଆକ୍ରାନ୍ତ, ୧୭ଶହ ଡେଇଁଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

ଚିହ୍ନଟ ହେଲେ ୬୩ କରୋନା ଆକ୍ରାନ୍ତ, ୧୭ଶହ ଡେଇଁଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮୮୭ ସୁସ୍ଥ ହୋଇ ସାରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ୮୨୭ଜଣ ଚିକିତ୍ସିତ ହେଉଛନ୍ତି। ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିଲେ ବି ସେମାନେ କରୋନା ଯୋଗୁ ମରି ନାହାନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ବାଲେଶ୍ୱରର ୭୨ ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ଖୋର୍ଦ୍ଧାର ୪୨ ବର୍ଷୀୟ ବ୍ୟକ୍ତି।

୬୩ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଆଉ ୨ ଜଣ ସ୍ଥାନୀୟ ଅଞ୍ଚଳର। ୧୫ଟି ଜିଲ୍ଲାରୁ ଏହି ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ୧୧, ଗଞ୍ଜାମରୁ ୪, ବାଲେଶ୍ୱର ଓ କଟକରୁ ୩ ଲେଖାଏଁ, ଢେଙ୍କାନାଳରୁ ୯, ନୟାଗଡ଼ରୁ ୭, ବଲାଙ୍ଗିରରୁ ୬ ଓ ସୁନ୍ଦରଗଡ଼ରୁ ୨ ଜଣ ଚିହ୍ନଟ ହୋଇଛନ୍ତି।  ସେହିପରି ପୁରୀ, ମୟୂରଭଞ୍ଜ, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୧୨ ନୂଆ କେସ୍ ସହିତ ଖୋର୍ଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚି ଯାଇଛି। ସେହିପରି ଜଗତସିଂହପୁରରେ ଏହି ସଂଖ୍ୟା ୬୦ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ ୩୯୮, ବାଲେଶ୍ୱରରେ ୧୪୩, କଟକରେ ୮୯, ଢେଙ୍କାନାଳରେ ୧୬, ନୟାଗଡ଼ରେ ୬୪, ବଲାଙ୍ଗିରରେ ୬୨ ଓ ସୁନ୍ଦରଗଡ଼ରେ ୪୧ରେ ପହଞ୍ଚିଛି। ପୁରୀ, ମୟୂରଭଞ୍ଜ, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ଯଥାକ୍ରମେ ମୋଟ ସଂଖ୍ୟା  ୮୬, ୧୭, ୮, ୮, ୭, ଓ ୨ରେ ପହଞ୍ଚିଛି।



from Odisha Reporter https://ift.tt/2Be2pU7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages