ତାମିଲନାଡୁରେ ଫସିଛନ୍ତି; ଫେରାଇ ନେବାକୁ କଲେ ନିବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

ତାମିଲନାଡୁରେ ଫସିଛନ୍ତି; ଫେରାଇ ନେବାକୁ କଲେ ନିବେଦନ

ବିନିକା (ଦିଲ୍ଲୀପ କୁମାର ସାହୁ): ଲକ୍‌ଡାଉନ୍‌ ଯୋଗୁ ତାମିଲନାଡ଼ୁରେ ଫସି ରହିଛନ୍ତି ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପ୍ରାୟ ୧୦୦ ଜଣ ଶ୍ରମିକ। ସେମାନଙ୍କ ମଧ୍ୟରେ ଡୁଙ୍ଗୁରିପାଲି ବ୍ଲକ୍‌ର ୫୦ ଜଣ ଥିବା ବେଳେ ତରଭା ବ୍ଳକ୍‌ର ୨୫ ଜଣ ଅଛନ୍ତି। ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର ୨୦ରୁ ଅଧିକ ଶ୍ରମିକ ଅଛନ୍ତି।

ଏହି ଶ୍ରମିକମାନେ ତାମିଲନାଡ଼ୁର ଧରମପୁରୀ ଜିଲ୍ଲା ତାଡ଼ଗମ୍ ନିକଟରେ ଥିବା ସରଗର ସୂତା ମିଲ୍‌ରେ ଦୀର୍ଘବର୍ଷ ହେବ କାମ କରୁଛନ୍ତି। ହେଲେ ଲକ୍‌ଡାଉନ୍‌ ଯୋଗୁ ଆଉ କାମକୁ ଯାଇପାରୁ ନାହାନ୍ତି ଓ ହାତବାନ୍ଧି ବସି ରହିଛନ୍ତି। କାମ ନ ଥିବାରୁ ଆୟ ମଧ୍ୟ ନାହିଁ। ତେଣୁ ଖାଇବା଼-ପିଇବାରେ ଭାରି ହଇରାଣ ହେଉଛନ୍ତି। ଭୋକ ଉପାସରେ ସେମାନଙ୍କ ଦିନ କଟୁଛି। ସେମାନେ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଝାରୀଙ୍କୁ ଏକ ଭିଡିଓରେ ଆକୁଳ ନିବେଦନ କରିଛନ୍ତି।



from Odisha Reporter https://ift.tt/3dDZ12M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages