ଆଜି ଦିନ ସାଢ଼େ ୧୨ଟାରୁ ବିମାନ ଟିକେଟ୍ ବୁକିଂ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ଆଜି ଦିନ ସାଢ଼େ ୧୨ଟାରୁ ବିମାନ ଟିକେଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଦିନ ୧୨ଟା ୩୦ରୁ ବିମାନ ଟିକେଟ୍ ବୁକିଂ ଆରମ୍ଭ ହେବ। ଏୟାର ଇଣ୍ଡିଆ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏୟାର ଇଣ୍ଡିଆ ବିମାନରେ ଦେଶ ମଧ୍ୟରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନେ ଟିକେଟ୍‌ ବୁକ୍ କରିପାରିବେ।

ଏହି ସୂଚନା ଅନୁଯାୟୀ,  ବିମାନରେ ଯାତ୍ରା କରିବାକୁ ଚାହୁଁଥିବା ଲୋକମାନେ airindia.inରେ ଲଗ୍ ଇନ୍ କରି ଟିକେଟ୍‌ ବୁକ୍ କରି ପାରିବେ। ସେହିପରି କୌଣସି ଟ୍ରାଭେଲ୍ ଏଜେଣ୍ଟକୁ ଯୋଗାଯୋଗ କରି ମଧ୍ୟ ଟିକେଟ୍‌ ବୁକ୍ କରିହେବ। ଗ୍ରାହକ ସେବା କେନ୍ଦ୍ରକୁ କଲ୍ କରି ବି ଟିକେଟ୍ ବୁକ୍ କରିହେବ।

ସୂଚନାଯୋଗ୍ୟ, ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିମାନ ଚଳାଚଳ। ସେହିପରି ଜୁନ୍ ୧ ତାରିଖରୁ ଟ୍ରେନ୍ ଚଳାଚଳ ମଧ୍ୟ ଆରମ୍ଭ ହେବ। ଏଥିପାଇଁ ଅନ୍‌ଲାଇନ୍‌ ସହିତ କିଛି କିଛି ନିର୍ଦ୍ଦିଷ୍ଟ ଷ୍ଟେସନ୍‌ରେ ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି।



from Odisha Reporter https://ift.tt/2Zpx76C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages