ସ୍ୱଦେଶୀ ଜ୍ଞାନକୌଶଳରେ କରୋନା ଟେଷ୍ଟିଂ କିଟ, ମୂଲ୍ୟ ମାତ୍ର ୫୦୦ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 7, 2020

ସ୍ୱଦେଶୀ ଜ୍ଞାନକୌଶଳରେ କରୋନା ଟେଷ୍ଟିଂ କିଟ, ମୂଲ୍ୟ ମାତ୍ର ୫୦୦ ଟଙ୍କା

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏକ ବାୟୋଟେକ ଫାର୍ମ ପ୍ରଥମ ଥର ପାଇଁ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ କରୋନା ଟେଷ୍ଟିଂ କିଟ୍‌ ଉଦ୍ଭାବନ କରିଛି। ମେ’ ୧ରେ ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମଆର ଉକ୍ତ କମ୍ପାନୀକୁ ଏପରି କିଟ୍‌ ପ୍ରସ୍ତୁତ କରିବାକୁ ଅନୁମତି ଦେଇଥିଲା। ଏବେ କମ୍ପାନୀ କିଟ୍‌ ବାହାର କରି ଏହାକୁ କରୋନା ପରୀକ୍ଷାରେ ବ୍ୟବହାର କରିବାକୁ ସକ୍ଷମ ହୋଇଛି। ଏହି ଦେଶୀ କରୋନା କିଟ୍‌ର ମୂଲ୍ୟ ମାତ୍ର ୫୦୦ ଟଙ୍କା ରହିଛି।

‘ରିୟଲ ଟାଇମ ପିସିଆର’ କିଟକୁ ପଶ୍ଚିମବଙ୍ଗରେ କାର୍ଯ୍ୟରତ ଜିସିସି ବାୟୋଟେକ ଫାର୍ମ ଉଦ୍ଭାବନ କରିଛି। କମ୍ପାନୀର ଏମଡି ରାଜା ମଜୁମଦାର କହିଛନ୍ତି, “ଏହି କିଟ୍‌ରେ ୱାନ ଷ୍ଟେପ ଆରଟି ପିସିଆର ମାଷ୍ଟର ମିକ୍ସ, ପ୍ରିମିୟର, ପ୍ରୁଭ ଓ ଆରଏନ୍‌ଏ ଟେମଲେଟ ରହିଛି। ଏହାକୁ କମ୍ପାନୀର ଉତ୍ତର ୨୪ ପ୍ରଗଣାରେ ଥିବା ଲ୍ୟାବରେ ହିଁ ପ୍ରସ୍ତୁତ କରାଯାଇଛି।

ଏହା ଦେଶର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା କିଟ୍‌। ଏଥିରେ ଥିବା ସମସ୍ତ ଯନ୍ତ୍ରପାତି ଆମ କମ୍ପାନୀ ହିଁ ତିଆରି କରିଛି। କୌଣସି ସାମଗ୍ରୀ ବାହାରୁ ଆସି ନଥିଲା। ଏହାକୁ ଆମ କମ୍ପାନୀର ସଦସ୍ୟମାନେ ଏକାଠି କରି କରୋନା ଟେଷ୍ଟ କିଟ୍‌ର ରୂପ ଦେଇଛନ୍ତି। ରିୟଲ ଟାଇମ ପିସିଆର କିଟ୍‌ରେ ମାତ୍ର ୯୦ ମିନିଟ୍‌ରେ କରୋନା ରିପୋର୍ଟ ଆସିବ। ମାସକୁ ଏକ କୋଟି ଟେଷ୍ଟ କିଟ୍‌ ପ୍ରସ୍ତୁତ କରିବାକୁ ଆମେ ସକ୍ଷମ।”

କରୋନା ଟେଷ୍ଟ କିଟ୍‌ ନିର୍ମାଣ ପାଇଁ ୪୫ କମ୍ପାନୀ ଆଇସିଏମଆରର ଅନୁମୋଦନ ଲୋଡ଼ିଥିଲେ। ଏମାନଙ୍କ ମଧ୍ୟରୁ ୨୧ କମ୍ପାନୀଙ୍କୁ ଅନୁମତି ମିଳିଥିଲା। ଏହି ୨୧ କମ୍ପାନୀ ମଧ୍ୟରେ ଭାରତର ୧୦ଟି ସଂସ୍ଥା ରହିଛନ୍ତି। ଆଇସିଏମଆରର ଗାଇଡଲାଇନ ଅନୁଯାୟୀ, କରୋନା ସିଙ୍ଗଲ ଟେଷ୍ଟ କିଟ୍‌ର ମୂଲ୍ୟ ୪,୫୦୦ରୁ ଅଧିକ ହେବନାହିଁ। ହେଲେ କୋଲକାତାର ଏହି ଫାର୍ମ ମାତ୍ର ୫୦୦ ଟଙ୍କାରେ ଟେଷ୍ଟିଂ କିଟ୍‌ ବାହାର କରିଛି। କିଟ୍‌ର ବିଶେଷତ୍ୱ ହେଲା, କରୋନା ଆକ୍ରାନ୍ତଙ୍କ ଶରୀରରେ କୌଣସି ଲକ୍ଷଣ ନଥିଲେ କିମ୍ବା ଖୁବକମ ଲକ୍ଷଣ ଥିଲେ ମଧ୍ୟ ଏହାକୁ କିଟ୍‌ ଚିହ୍ନଟ କରିପାରିବ।



from Odisha Reporter https://ift.tt/3bdiC8a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages