ହସ୍ପିଟାଲ ନିର୍ମାଣ ପାଇଁ ପ୍ରବାସୀ ଶ୍ରମିକ ଘରକୁ ଯିବାକୁ ମନାକଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

ହସ୍ପିଟାଲ ନିର୍ମାଣ ପାଇଁ ପ୍ରବାସୀ ଶ୍ରମିକ ଘରକୁ ଯିବାକୁ ମନାକଲେ

ମୁମ୍ବାଇ: ମହାମାରୀ କରୋନା ଭାଇରସ ମଧ୍ୟରେ ହଜାର ହଜାର ସଂଖ୍ୟକ ପ୍ରବାସୀ ଶ୍ରମିକ ବସ୍‌ ଓ ଟ୍ରେନ ଯୋଗେ ସେମାନଙ୍କ ଘରକୁ ଯିବାକୁ ବିକଳ ହେଉଛନ୍ତି। ତେବେ ମହାରାଷ୍ଟ୍ରରେ ଥିବା କିଛି ପ୍ରବାସୀ ଶ୍ରମିକ କରୋନା ହସ୍ପିଟାଲ ନିର୍ମାଣରେ ସରକାରଙ୍କୁ ସହଯୋଗ କରିବା ପାଇଁ ଘରକୁ ଯିବାକୁ ମନା କରିଦେଇଛନ୍ତି। ମହାରାଷ୍ଟ୍ରରେ କରୋନା ରୋଗୀଙ୍କ ପାଇଁ ନିର୍ମାଣ ଚାଲିଥିବା ହସ୍ପିଟାଲ କାର୍ଯ୍ୟ ଶେଷ ହେବା ପରେ ଯାଇ ସେମାନେ ଘରକୁ ଯାଇପାରିବେ ବୋଲି ସରକାର କହିଛନ୍ତି।

ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସରକାର ଏକାଧିକ ସ୍ୱତନ୍ତ୍ର ହସ୍ପିଟାଲ ବା ଆଇସୋଲେସନ ସେଣ୍ଟର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ୧ ହଜାର ବେଡ ବିଶିଷ୍ଟ ହସ୍ପିଟାଲର ନିର୍ମାଣ କରାଯାଉଛି। ଏଥିରେ ପ୍ରାୟ ୫୦ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି।

ଏହି ହସ୍ପିଟାଲର କାମ ସରିବା ପରେ ଏଥିରେ ନିୟୋଜିତ ଶ୍ରମିକଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯିବ। ଏକାଧିକ ସ୍ଥାନରେ ଏପରି ହସ୍ପିଟାଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଉଛି। ତେଣୁ ହସ୍ପିଟାଲ ନିର୍ମାଣ ବେଳେ ଶ୍ରମିକଙ୍କ ଅଭାବ ଦେଖାଯିବାର ଆଶଙ୍କା ରହିଛି। ତେଣୁ ମହାରାଷ୍ଟ୍ର ସରକାର ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ଛାଡ଼ିବାକୁ ମନା କରିଛନ୍ତି।

କିଛି ଶ୍ରମିକ ଏହାକୁ ନ ମାନି ନିଜ ଘରକୁ ଯିବାକୁ ଚାହିଁଥିବା ବେଳେ ବିହାର, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ଅଧିକାଂଶ ଶ୍ରମିକ ନିର୍ମାଣ କାର୍ଯ୍ୟରେ ସାମିଲ ହେବାକୁ ସହମତି ପ୍ରକାଶ କରିଛନ୍ତି। ଘରକୁ ଯିବା ଅପେକ୍ଷା ଲୋକଙ୍କ ପାଇଁ ହସ୍ପିଟାଲ ନିର୍ମାଣ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ ମହାରାଷ୍ଟ୍ରରେ ରହିବେ ବୋଲି କହିଛନ୍ତି।



from Odisha Reporter https://ift.tt/2WxH3YW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages