ସିଅଲ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଉନ୍ ଜଙ୍ଗ ସାର୍ବଜନୀନ ହେବା ପରେ ଦକ୍ଷିଣ କୋରିଆ ସୀମା ଅଶାନ୍ତ ହୋଇଛି। ଦୁଇ ଦେଶ ମଧ୍ୟରେ ଥିବା ସୀମାରେ ଗୁଳିବିନିମିୟ ହୋଇଛି। ପ୍ରଥମେ ଉତ୍ତର କୋରିଆ ପଟୁ ଗୁଳିବିନିମୟ ହୋଇଥିବା ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି। ଦକ୍ଷିଣ କୋରିଆ ମଧ୍ୟ ପାଲଟା ଜବାବ ଦେଇଛି। ଏହି ଗୁଳିବିନିମୟ ବେଳେ କୌଣସି ଦେଶର ସେନାଙ୍କର କ୍ଷତି ହୋଇନାହିଁ।
North and South Korea exchange gunfire at border, Seoul, reports AFP
— ANI (@ANI) May 3, 2020
ଉଭୟ ଦେଶ ମଧ୍ୟରେ ୨୫୫ କିଲୋମିଟରର ସୀମା ରହିଛି। ଏବେ ଦୁଇ ଦେଶର ସୀମାରେ ଅସ୍ତ୍ରଶସ୍ତ୍ର ରଖାଯାଇଥିବା ବେଳେ ସେନା ମଧ୍ୟ ନିୟୋଜିତ ରହିଛନ୍ତି। ଉଭୟ ଦେଶର ମୋଟ୍ ୨୨ ଲକ୍ଷ ସେନା ନିୟୋଜିତ ରହିଥିବା ସୂଚନା ରହିଛି। ଅନ୍ତିମଥର ପାଇଁ ୨୦୧୦ରେ ଦୁଇ ଦେଶ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହା ପୂର୍ବରୁ ୧୯୫୦-୫୩ ମଧ୍ୟରେ କୋରିଆନ୍ ଯୁଦ୍ଧ ହୋଇଥିଲା।
ମେ ୧’ରେ ଉତ୍ତର କୋରିଆର ସୁପ୍ରିମ୍ ଲିଡ଼ର କିମ୍ ଉନ୍ ଜଙ୍ଗଙ୍କୁ ତିନି ସପ୍ତାହ ପରେ ଦେଖିବାକୁ ମିଳିଥିଲା। ଏକ ସାର କାରଖାନାର ଉଦଘାଟନୀ ଅବସରରେ ତାଙ୍କୁ ଦେଖିବାକୁ ମିଳିଥିଲା। କିମଙ୍କର ମୃତ୍ୟୁ ହୋଇଥିବା ନେଇ ଅନେକ ଦେଶ ଦାବି କରିଥିଲେ। ହେଲେ ଦକ୍ଷିଣ କୋରିଆ ଏଭଳି ଦାବିକୁ ଖଣ୍ଡନ କରିଥିଲା। କିମଙ୍କର ହାର୍ଟ ଅପରେସନ ହୋଇଛି। ଅପରେସନ ବେଳେ ଅସୁବିଧା ହୋଇଥିବାରୁ ସେ ଏବେ ଅସୁସ୍ଥ ରହିଛନ୍ତି ବୋଲି ଦ.କୋରିଆ ପକ୍ଷରୁ କୁହାଯାଇଥିଲା।
from Odisha Reporter https://ift.tt/35qNX65
No comments:
Post a Comment