ମାଲକାନଗିରି (ଜିତେନ୍ଦ୍ର ବେଉରା): ବାଦାମ କିଣାରେ ଦୁର୍ନୀତି ଅଭିଯୋଗରେ ପୋଟେରୁ ଲ୍ୟାମ୍ପସ ଏମ୍ଡି ଧନେଶ୍ୱର ପଟ୍ଟନାୟକଙ୍କୁ ଲ୍ୟାମ୍ପସ ଆଡମିନିଷ୍ଟ୍ରେଟର୍ ନିଲମ୍ବନ କରିଛନ୍ତି। ଏହାସହିତ ଏହି ଘଟଣାର ତଦନ୍ତ କରାଯାଇ ଅନ୍ୟ କେହି କର୍ମଚାରୀ ଏଥିରେ ସାମିଲ ଥିଲେ, ସେମାନଙ୍କ ବିରୋଧରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲ୍ୟାମ୍ପସ ଆଡମିନିଷ୍ଟ୍ରେଟର୍ ସାମଲ ମାରାଣ୍ଡି କହିଛନ୍ତି।
ଅଭିଯୋଗ ମୁତାବକ, ପୋଟେରୁ ଲ୍ୟାମ୍ପ ଅଧୀନରେ ଥିବା ଚିନାବାଦାମ ମଣ୍ଡିରୁ ଗଲା କିଛିଦିନ ହେବ ଚାଷୀଙ୍କ ଚିନାବାଦାମ ଉଠୁ ନଥିଲା। ଲ୍ୟାମ୍ପ କର୍ତ୍ତୃପକ୍ଷ ସରକାରୀ ବସ୍ତା ନଥିବା ଦର୍ଶାଇ ଚାଷୀଙ୍କଠାରୁ ଚିନାବାଦାମ କିଣୁ ନଥିଲେ। ହେଲେ ଦଲାଲ ମାନଙ୍କ ସହ ଭିତିରିଆ ସଲା ସୁତୁରା କରି ଚିନାବାଦାମ ଚୋରା ଚାଲାଣ କରୁଥିଲେ। ଏନେଇ ଚାଷୀମାନେ ଜାଣିବା ପରେ ୨୮ ତାରିଖ ଦିନ ଏକ ଚିନାବାଦାମ ଭର୍ତ୍ତି ମିନି ଟ୍ରକ୍କୁ ଜବତ କରାଯାଇଥିଲା। ଏହାସହ ଥାନାରେ ଏତଲା ଦିଆଯାଇଥିଲା। ଏହାପରେ ଲ୍ୟାମ୍ପସ ଆଡମିନିଷ୍ଟ୍ରେଟର୍ ଲ୍ୟାମ୍ପସ ଏମ୍ଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
from Odisha Reporter https://ift.tt/2Ak3edz
No comments:
Post a Comment