ମନ୍ କି ବାତ୍: ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

ମନ୍ କି ବାତ୍: ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସହ ଦେଶ ମୁକାବିଲା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣି ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। କରୋନା ସଙ୍କଟ ଆସିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ତୃତୀୟ ରେଡିଓ କାର୍ଯ୍ୟକ୍ରମ। ତେବେ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନିଜ ମନ କଥା ଦେଶବାସୀଙ୍କ ସାମ୍ନାରେ ରଖିଛନ୍ତି। ସେ କହିଛନ୍ତି, ଗତ ଥର ‘ମନ କି ବାତ୍’ କାର୍ଯ୍ୟକ୍ରମ ବେଳେ ପାସେଞ୍ଜର ଟ୍ରେନ୍, ବସ, ବିମାନ ଚଳାଚଳ ସେବାଗୁଡ଼ିକ ବନ୍ଦ ଥିଲା। ଏଥର ଅନେକ କିଛି ସେବା ଆରମ୍ଭ ହୋଇଯାଇଛି। ସମ୍ପୂର୍ଣ୍ଣ ସତର୍କତାର ସହ ବିମାନ ଚଳାଚଳ ଆରମ୍ଭ ହୋଇଛି, ଧୀରେ ଧୀରେ ଉଦ୍ୟୋଗଗୁଡ଼ିକ ମଧ୍ୟ ଖୋଲା ଯାଉଛି। ଅର୍ଥାତ୍ ଅର୍ଥ ବ୍ୟବସ୍ଥାରେ ଏକ ବଡ଼ ଅଂଶ ଏବେ ଆରମ୍ଭ ହୋଇଯାଇଛି। ଏଭଳି ସମୟରେ ଆମକୁ ଆହୁରି ସତର୍କ ରହିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମ ଦେଶରେ ସାମୁହିକ ପ୍ରୟାସରେ କରୋନା ବିରୁଦ୍ଧରେ ଲଢ଼େଇ ଖୁବ୍ ଜୋରଦାର୍ ଚାଲିଛି। ଆମର ଜନସଂଖ୍ୟା ଅଧିକାଂଶ ଦେଶ ତୁଳନାରେ ଖୁବ୍ ଅଧିକ। ତଥାପି ଏଠାରେ ଅନ୍ୟ ଦେଶ ତୁଳନାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ସଫଳ ହେଲାନାହିଁ। ସେହିପରି ବାକି ଦେଶ ତୁଳନାରେ ଆମ ଦେଶରେ ସଂକ୍ରମଣ ଜନିତ ମୃତ୍ୟୁହାର ମଧ୍ୟ କମ୍ ରହିଛି। ଯେତିକି କ୍ଷତି ହୋଇଛି, ସେନେଇ ସମସ୍ତଙ୍କୁ ଦୁଃଖ ହେଉଛି। କିନ୍ତୁ ଯେତିକି ଆମେ ରକ୍ଷା କରିପାରିଛୁ, ତାହା ଦେଶର ସାମୁହିକ ସଂକଳ୍ପ ଶକ୍ତି ଯୋଗୁ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀ କହିଛନ୍ତି, ଦେଶବାସୀଙ୍କ ସଙ୍କଳ୍ପ ଶକ୍ତି ସହ ସେବା ଶକ୍ତି ମଧ୍ୟ କରୋନା ଲଢ଼େଇରେ ଆମକୁ ଶକ୍ତି ଯୋଗାଇଛି। ଆମର ଡାକ୍ତର, ନର୍ସିଂ ଷ୍ଟାଫ୍, ସଫେଇ କର୍ମଚାରୀ, ପୁଲିସକର୍ମୀ, ମିଡିଆ ବନ୍ଧୁମାନେ ଏଭଳି ସମୟରେ ସେବା କରୁଛନ୍ତି। ଦେଶର ଏଭଳି ସ୍ଥିତିରେ ପ୍ରତ୍ୟେକ ଅଞ୍ଚଳରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଶ୍ରମର ଅଗଣିତ କାହାଣୀ ସାମ୍ନାକୁ ଆସୁଛି ବୋଲି ସେ କହିଛନ୍ତି।

ଏଭଳି ସଙ୍କଟର ସ୍ଥିତିରେ ‘ଇନୋଭେଶନ’ ବିଷୟରେ ମଧ୍ୟ ମୋଦୀ କହିଛନ୍ତି। ସେ କହିଛନ୍ତି ଯେ, ଗାଁରୁ ସହର ଯାଏ, ଛୋଟ ବ୍ୟବସାୟୀଠାରୁ ଷ୍ଟାର୍ଟ-ଅପ୍ ଯାଏ। ଆମର ଲ୍ୟାବ୍ କରୋନା ସହ ଲଢ଼େଇ ଜିତିବାକୁ ନୂଆ ନୂଆ ଉପାୟ ବାହାର କରୁଛନ୍ତି। ନୂଆ ଉଦ୍ଭାବନ କରୁଛନ୍ତି। ସୋଶାଲ ମିଡିଆରେ ଅନେକ ଚିତ୍ର ଦେଖିବାକୁ ମିଳୁଛି। ଅନେକ ଦୋକାନୀ ଶାରିରୀକ ଦୂରତ୍ୱର ଆବଶ୍ୟକତା ବୁଝି ଦୋକାନ ସାମ୍ନାରେ ବଡ଼ ବଡ଼ ପାଇପ୍ ଲାଇନ୍ ଲଗାଇଛନ୍ତି। ତେବେ କୌଣସି ପରିସ୍ଥିତିକୁ ବଦଳାଇବା ଲାଗି ଦୃଢ଼ ଇଚ୍ଛାଶକ୍ତି ସହ ଅନେକ କିଛି ଉଦ୍ଭାବନର ମଧ୍ୟ ଆବଶ୍ୟକତା ରହିଛି। ହଜାର ହଜାର ବର୍ଷରୁ ଲଗାତର ଉଦ୍ଭାବନ ଯୋଗୁ ହିଁ ମାନବ ଜାତିର ଯାତ୍ରା ଆଧୁନିକ ଯୁଗରେ ପହଞ୍ଚିପାରିଛି ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, ଆମ ଦେଶରେ ଏପରି କୌଣସି ବର୍ଗର ଲୋକ ନାହାନ୍ତି, ଯିଏ କଷ୍ଟରେ ନାହିଁ, ଦୁଃଖରେ ନାହିଁ। ଆଉ ସଙ୍କଟର ସବୁଠାରୁ ବଡ଼ ଆଘାତ ସହୁଛନ୍ତି ଗରିବ ତଥା ଶ୍ରମିକ ବର୍ଗଙ୍କ ଉପରେ। ସେମାନଙ୍କ କଷ୍ଟ, ଯନ୍ତ୍ରଣା ଏବଂ ପୀଡ଼ାକୁ ଶବ୍ଦରେ କହିବା ଅସମ୍ଭବ। ସେମାନଙ୍କ ଦୁଃଖ ଦୂର ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି। କରୋନା ବିରୁଦ୍ଧରେ ଲଢ଼େଇର ଏହା ଏକ ଲମ୍ବା ରାସ୍ତା। ଏହା ଏପରି ଏକ ବିପତ୍ତି, ଯାହାର ଉପଚାର ସାରା ଦୁନିଆରେ କାହାରି ପାଖରେ ନାହିଁ। କରୋନା ଭ୍ୟାକ୍ସିନ୍ ପାଇଁ ଉଦ୍ୟମ ଜାରି ରହିଛି।

ଏହାସହ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବ ଭାରତର ବିକାଶ ଦେଶକୁ ଆଗକୁ ନେବ। ପୂର୍ବ ଭାରତ ଦେଶର ବିକାଶର ଇଞ୍ଜିନ୍ ହେବ। ଆତ୍ମନିର୍ଭର ଭାରତ ଦିଗରେ ଦେଶ ଆଗକୁ ବଢୁଛି। ସ୍ଥାନୀୟ ଉତ୍ପାଦକୁ ଲୋକେ ଏବେ ଗୁରୁତ୍ୱ ଦେବା ଆରମ୍ଭ କଲେଣି। ସେହିପରି ଯାହା କରୋନା ବିପକ୍ଷ ଲଢ଼େଇରେ ଯୋଗ ଅତ୍ୟନ୍ତ ସହାୟକ। କମ୍ୟୁନିଟି ଓ ଇମ୍ୟୁନିଟି ଉଭୟ ପାଇଁ ଯୋଗ ଆବଶ୍ୟକ। ସେହିପରି ଆୟୁଷ୍ମାନ ଭାରତ ଯୋଜନାର ସଫଳତା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ। ୧ କୋଟିରୁ ଅଧତ୍କ ଲୋକ ଏହି ଯୋଜନାରୁ ଉପକୃତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଅନ୍ୟପଟେ ନିଜର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶା ସହ ପଶ୍ଚିମବଙ୍ଗର ଲୋକଙ୍କୁ ବି ପ୍ରଶଂସା କରିଛନ୍ତି। ସାହସର ସହ ଅମ୍ପାନ ମୁକାବିଲା କରିଥିବାରୁ ମୋଦୀ ଧନ୍ୟବାଦ ଜଣାଇଛନ୍ତି। ଅମ୍ପାନ ପାଇଁ ୨ ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି। ହେଲେ ଓଡ଼ିଶା ଓ ପଶ୍ଚିମବଙ୍ଗବାସୀ ସାହସର ସହ ମୁକାବିଲା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଥାଉ କି, ପ୍ରଧାନମନ୍ତ୍ରୀଙ୍କ ଏହି ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମର ଆଜି ଥିଲା ୬୫ତମ ସଂସ୍କରଣ।



from Odisha Reporter https://ift.tt/2XKPtMX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages