ଅମ୍ଫାନର ଧ୍ୱଂସଲୀଳା: ବଡ଼ବଡ଼ କୋଠା କ୍ଷତିଗ୍ରସ୍ତ, ଗଲାଣି ୧୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ଅମ୍ଫାନର ଧ୍ୱଂସଲୀଳା: ବଡ଼ବଡ଼ କୋଠା କ୍ଷତିଗ୍ରସ୍ତ, ଗଲାଣି ୧୨ ଜୀବନ

କୋଲକାତା: ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି  କରି ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ଅମ୍ଫାନ ତାଣ୍ଡବ ରଚିଛି। ମଧ୍ୟରାତ୍ର ଯାଏ ଅମ୍ଫାନ ପ୍ରଭାବରେ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ୧୫୦ କିମିରୁ ଅଧିକ ବେଗରେ ପବନ ବହିଥିଲା। ସର୍ବାଧିକ ୧୮୫ କିମି ପବନ ସହ ସୁନ୍ଦରବନରେ ସ୍ଥଳଭାଗ ଛୁଇଁଥିବା ଅମ୍ଫାନ ଯୋଗୁ ଏଯାଏ ପଶ୍ଚିମବଙ୍ଗରେ ୧୨ ଜଣଙ୍କ ଜୀବନ ଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପବନ ଏତେ ଜୋରରେ ହୋଇଥିଲା ଯେ ବଡ଼ବଡ଼ ବସ ଗୁଡ଼ିକ ମନକୁ ରାସ୍ତାରେ ଗଡ଼ିଥିଲା।

ଦୀର୍ଘ ସାଢ଼େ ୬ ଘଣ୍ଟାରୁ ଅଧିକ ସମୟ ଧରି ଦିଘା ଠାରୁ ଆରମ୍ଭ କରି କୋଲକାତା ଯାଏ ପ୍ରଭାବ ବିସ୍ତାର କରିଥିବା ଅମ୍ଫାନ ଯୋଗୁ ହଜାର ହଜାର ଘର ମାଟିରେ ମିଶି ଯାଇଥିବା ବେଳେ ଗଛ ଉପୁଡ଼ି ପଡ଼ିଛି। ବିଦ୍ୟୁତ ଖୁଣ୍ଟ ସଂପୂର୍ଣ୍ଣ ଭାଙ୍ଗି ଛିନଛତ୍ର ହୋଇଯାଇଛି। ଖାଲି ସେତିକି ନୁହେଁ, ବଡ଼ ବଡ଼ କୋଠା ଘର ମଧ୍ୟ ଅମ୍ଫାନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି। କେଉଁଠି ପାଚେରି ଭାଙ୍ଗି କାର ଗୁଡ଼ିକ ଭାଙ୍ଗିରୁଜି ଚୂରମାର ହୋଇଯାଇଥିବା ବେଳେ ଆଉ କେଉଁଠି ଗଛ ଉପୁଡ଼ି ଘରକୁ ଧ୍ୱଂସ କରିଦେଇଛି।


ଏନଡିଆରଏଫ, ରେଡକ୍ରସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ହଜାର ହଜାର ଗାଁ ବୁଧବାର ଠାରୁ ଅନ୍ଧାରରେ ରହିଛନ୍ତି।

ମଙ୍ଗଳବାର ରାତିରୁ ଓଡ଼ିଶାରେ ପ୍ରଭାବ ବିସ୍ତାର କରିଥିବା ଅମ୍ଫାନ ବୁଧବାର ପ୍ରାୟ ୨.୩୦ରେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା। ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରଖିଥିବା ଅମ୍ଫାନ ପ୍ରଭାବରେ ଘଣ୍ଟାପ୍ରତି ୧୫୫ କିମିରୁ ୧୬୫ କିମି ରହିଥିଲା। ଗଷ୍ଟିଂ ପ୍ରାୟ ୧୮୫ କିମି ରେକର୍ଡ ହୋଇଛି। ଏହାପରେ ସ୍ଥଳଭାଗରେ ଆଗକୁ ବଢ଼ି ସନ୍ଧ୍ୟା ୭ଟା ସୁଦ୍ଧା କୋଲକାତାରେ ପହଞ୍ଚିଥିଲା।

ଅମ୍ଫାନ ପ୍ରଭାବରେ କୋଲକାତାରେ ଘଣ୍ଟାପ୍ରତି ୧୧୦ କିମିରୁ ୧୩୦ କିମି ବେଗରେ ପବନ ବହିଥିଲା। ଏଯାଏ ବିଭିନ୍ନ ସ୍ଥାନରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ହେଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାତ୍ର ୩ ଜଣଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି।

ସେ କହିଛନ୍ତି, ଅମ୍ଫାନର ଜଟିଳ ସ୍ଥିତି କରୋନା ଭାଇରସ ସ୍ଥିତିକୁ ବଳି ଯାଇଛି। ଏହାର କ୍ଷତି ଭରଣ ପାଇଁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଦରକାର। ବାତ୍ୟାର ଆଖି ପ୍ରାୟ ୩୦ କିମି ରହିଥିଲା ଓ ସମୁଦ୍ରପତନ ୧୫ ଫୁଟ ଉପରକୁ ଉଠିଥିଲା।୧୭୭୩ ପରେ ପ୍ରଥମଥର ପାଇଁ ବେଙ୍ଗଲରେ ଏତେ ବଡ଼ ବାତ୍ୟା ଦେଖାଦେଇଛି। ମୁଁ ମୋ ଅଫିସରେ ବସିଥିଲେ ହେଁ ପବନ ଯୋଗୁ ମୋ ରୁମ ବି ଥରିବାକୁ ଲାଗିଥିଲା।  ବାତ୍ୟାକୁ ୫ଦୃଷ୍ଟିରେ ରଖି ଆମେ ପ୍ରାୟ ୫ ଲକ୍ଷ ଲୋକଙ୍କୁ ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲୁ। ତଥାପି ଉତ୍ତର ଧ ଦକ୍ଷିଣ ୨୪ ପ୍ରଗଣା ଠାରୁ ଆରମ୍ଭ କରି ପଥରପ୍ରତିମା, ନାମଖାନା, କକଦ୍ୱୀପ, କୁଲତାଲି, ବାରୁଇପୁର ଓ ସୋନାରପୁରରୁ ବି ଧ୍ୱଂସଲୀଳାର ବିକଟାଳ ଛବି ଆସିଛି।

ସେ କହିଛନ୍ତି, ବର୍ତ୍ତମାନ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ୧୨କୁ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ବାତ୍ୟା ଅମ୍ଫାନରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଉତ୍ତର ୨୪ ପ୍ରଗଣାରେ ଗଛ ପଡ଼ି ଜଣେ ମହିଳା ଓ ପୁରୁଷ ପ୍ରାଣ ହରାଇଛନ୍ତି। ସେହିପରି ହାୱଡାରେ ଜଣେ ୧୩ ବର୍ଷୀୟ ଝିଅ ଉଡ଼ନ୍ତା ଟିଣ ମାଡ଼ର ଶିକାର ହୋଇ ଜୀବନ ହରାଇଛନ୍ତି।

ଉତ୍ତର ୨୪ ପ୍ରଗଣାରେ ପ୍ରାୟ ୫,୫୦୦ ଘର ମାଟିରେ ମିଶି ଯାଇଛି। ଦକ୍ଷିଣ କୋଲକାତାରେ ବଡ଼ବଡ଼ ଗଛ ଓ ପାଚେରି ପାର୍କିଂ ହୋଇଥିବା କାର ଗୁଡ଼ିକ ଉପରେ ପଡ଼ି ବ୍ୟାପକ କ୍ଷତି ଘଟାଇଛି।

ରାସ୍ତାରେ ଗଛ ଗୁଡ଼ିକ ପଡ଼ି ରହିଥିବାରୁ ଯାତାୟାତ ଠପ ହୋଇଯାଇଛି। ଏନଡିଆରଏଫ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ସମେତ କୋଲକାତା, ହାୱଡା ଓ ହୁଗୁଳିରେ ବି ଅମ୍ଫାନର ତାଣ୍ଡବ ଦେଖିବାକୁ ମିଳିଛି।

କୋଲକାତାର ଅନୱର ଶାହ ରୋଡରେ ଏବ ବିଜୁଳି ଟ୍ରାନ୍ସଫରମର ବିସ୍ଫୋରଣ ଘଟିଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।



from Odisha Reporter https://ift.tt/2zeWy00

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages