ଆଜିଠୁ ଅନ୍‌ଲାଇନରେ ଟ୍ରେନ ଟିକେଟ୍ ବୁକିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ଆଜିଠୁ ଅନ୍‌ଲାଇନରେ ଟ୍ରେନ ଟିକେଟ୍ ବୁକିଂ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ ଟିକେଟ ବୁକିଂ ଆରମ୍ଭ ହେବ। ଆସନ୍ତା ଜୁନ ୧ରୁ ରେଲୱେ ପକ୍ଷରୁ ୨୦୦ଟି ଟ୍ରେନ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜି ସକାଳ ୧୦ଟାରୁ ଅନଲାଇନ୍‌ରେ ଟିକେଟ ବୁକିଂ ଆରମ୍ଭ ହେବ। ଏସି, ନନ୍-ଏସି ଓ ଜେନେରାଲ କ୍ଲାସ୍ କୋଚ୍ ପାଇଁ ରିଜର୍ଭେସନ ରହିବ।

ଏହାବ୍ୟତୀତ RAC ଏବଂ ୱେଟିଂ ଲିଷ୍ଟ ପ୍ରସ୍ତୁତ ହେବ।  କିନ୍ତୁ ୱେଟିଂ ଲିଷ୍ଟ ଟିକେଟଧାରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ। ଜେନେରାଲ କ୍ଲାସରେ ସେକେଣ୍ଡ ସିଟିଂ ଫେୟାର ଚାର୍ଜ କରାଯିବ । ଆଗୁଆ ରିଜର୍ଭେସନ ପାଇଁ ସର୍ବାଧିକ ୩୦ ଦିନ ସମୟ ରହିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟ ସହ ପରାମର୍ଶ ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନି‌ଆଯାଇଛି।



from Odisha Reporter https://ift.tt/3cOnPoE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages