ପୁଣି ଦେଶରେ ଗଲା ୭୨ ଜୀବନ, ୨୫୫୩ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

ପୁଣି ଦେଶରେ ଗଲା ୭୨ ଜୀବନ, ୨୫୫୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଲକଡାଉନ ଓ ଏକାଧିକ କଟକଣା ସତ୍ତ୍ୱେ ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଦୁଇରୁ ୩ ଦିନ ହେଲାଣି ପ୍ରତିଦିନ ୨ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

ଗତ ୨୪ ଘଣ୍ଟାରେ କରୋନା ଯୋଗୁ ୭୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨୨୫୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୭୩କୁ ବୃଦ୍ଧି ପାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୩୩ରେ ପହଞ୍ଚି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆକ୍ରାନ୍ତ ହୋଇଥିବା ୪୨,୫୩୩ ଜଣଙ୍କ ମଧ୍ୟରୁ ୧୧୭୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବିଭିନ୍ନ ହସ୍ପିଟାଲରେ ୨୯,୪୫୩ ଜଣ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀ କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ଏଯାଏ ସର୍ବାଧିକ ୧୨,୯୭୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୪୮ ଜଣ ପ୍ରାଣ ହରାଇଛନ୍ତି। ଏଠାରେ ୨୧୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗୁଜରାଟରେ ୫୪୨୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪୨ ଜଣ ସୁସ୍ଥ ହୋଇଛନ୍ତି। ୨୯୦ ଜଣଙ୍କ ଜୀବନ କରୋନା ନେଇଛି। କ୍ଷତିଗ୍ରସ୍ତ ତାଲିକାର ତୃତୀୟରେ ଥିବା ଦିଲ୍ଲୀରେ ୪୫୪୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩୬୨ ଜଣ ସୁସ୍ଥ ହୋଇଛନ୍ତି। ଏଠାରେ ୬୪ ଜଣଙ୍କ ମୁଣ୍ଡ ନେଇଛି କରୋନା।

ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶରେ ୩୩, ବିହାରରେ ୪, ହରିଆଣାରେ ୫, ଜମ୍ମୁ-କଶ୍ମୀରରରେ ୮, ଝାରଖଣ୍ଡରେ ୩, କର୍ଣ୍ଣାଟକାରେ ୨୫, କେରଳରେ ୪, ମଧ୍ୟପ୍ରଦେଶରେ ୧୫୬, ପଞ୍ଜାବରେ ୨୧, ରାଜସ୍ଥାନରେ ୭୧, ତାମିଲନାଡୁରେ ୩୦, ତେଲେଙ୍ଗାନାରେ ୨୯, ଉତ୍ତର ପ୍ରଦେଶରେ ୪୩ ଓ ପଶ୍ଚିମବଙ୍ଗରେ ୩୫ ଜଣ ଲୋକ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/2xwOtDh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages