କ୍ୱାରେଣ୍ଟାଇନ୍‌ ସେଣ୍ଟର ଛାଡ଼ି ନଯିବାକୁ ହାତ ଯୋଡ଼ି ନିବେଦନ କଲେ ଏସ୍‌ପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

କ୍ୱାରେଣ୍ଟାଇନ୍‌ ସେଣ୍ଟର ଛାଡ଼ି ନଯିବାକୁ ହାତ ଯୋଡ଼ି ନିବେଦନ କଲେ ଏସ୍‌ପି

ବ୍ରହ୍ମପୁର(ଜଗନ୍ନାଥ ସାହୁ): କରୋନା ସଂକ୍ରମଣକୁ ଏଡ଼ାଇବାକୁ ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ କ୍ଟାରେଣ୍ଟାଇନ୍‌ ସେଣ୍ଟରରେ ରହିବା, ଖାଇବା ବ୍ୟବସ୍ଥା କରାଯାଇଛି। ହେଲେ ସେଠାରେ ଅସୁବିଧା ହେଉଥିବା ଅଭିଯୋଗ କରି ଗତକାଲି ଗଞ୍ଜାମ ଜିଲ୍ଲାର ଏକ ସେଣ୍ଟରରୁ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଫେରାର ହୋଇଯାଇଥିଲେ ଯାହାକି ପ୍ରଶାସନର ଚିନ୍ତା ବଢ଼ାଇ ଦେଇଥିଲା।

ସେମାନଙ୍କ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ଫେରାଇ ଅଣାଯାଇଥିବା ବେଳେ ଅନ୍ୟମାନଙ୍କ ସନ୍ଧାନ କରୁଛି ପୁଲିସ୍‌। ଏନେଇ ଖବର ପାଇ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପି ଉକ୍ତ ସେଣ୍ଟରରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏପରିକି କ୍ୱାରେଣ୍ଟାଇନ୍‌ ସେଣ୍ଟର ଛାଡ଼ି ନ ଯିବାକୁ ପ୍ରବାସୀ ଓଡ଼ିଆଙ୍କୁ ହାତ ଯୋଡ଼ି ନିବେଦନ କଲେ ଏସ୍‌ପି । ଏହି ଫଟୋ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ଜନତା ବିଦ୍ୟାଳୟ ଓ ରାଗପୁର ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ଼ ରହିଥିଲେ। ହେଲେ ଏହି ସେଣ୍ଟରରେ ବିଭିନ୍ନ ଅସୁବିଧା ହେଉଥିବା ଅଭିଯୋଗ କରି ଗତକାଲି ୧୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ସେଣ୍ଟର ଛାଡ଼ି ପଳାଇ ଯାଇଥିଲେ।

ଏନେଇ ଖବର ପାଇ  ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସପି ବ୍ରିଜେଶ ରାୟ ବେଗୁନିଆପଡା ଜନତା ନୋଡାଲ ମାଧ୍ୟମିକ ବିଦ୍ୟାଳୟରେ ହୋଇଥିବା କ୍ୱାରାଣ୍ଟେଇନ୍‌ ସେଣ୍ଟରକୁ ଯାଇଥିଲେ। ସେଠାରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ସେମାନେ ବୁଝାସୁଝା କରିଥିଲେ। ଏଥିସହ ନିର୍ଦ୍ଧରିତ ସମୟ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ ସେଣ୍ଟର ଛାଡ଼ି ନ ଯିବାକୁ ହାତ ଯୋଡି ନିବେଦନ କରିଥିଲେ। 



from Odisha Reporter https://ift.tt/3fj89v8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages